ଧୋନୀଙ୍କୁ ମିସ କରୁଛନ୍ତି ତାଙ୍କ ନମ୍ବର ୧ ଫ୍ୟାନ ଜିଭା, ଭାଇରଲ ହେଉଛି ଏହି ସୁନ୍ଦର Video

କରୋନା ଭାଇରସ ଯୋଗୁ ଚଳିତ ବର୍ଷ ଆଇପିଏଲ ମ୍ୟାଚ ଭାରତ ନୁହେଁ, ବରଂ ୟୁଏଇରେ ଆୟୋଜନ ହେଉଛି। ଏହି ମହାମାରୀକୁ ନଜରରେ ରଖି କିଛି ଖେଳାଳି ନିଜ ପରିବାରକୁ ସାଥିରେ ଧରି ଯାଇନାହାନ୍ତି। ପୂର୍ବ ଭାରତୀୟ କ୍ୟାପଟେନ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସବୁଥର ଝିଅ ଜିଭା ଓ ସ୍ତ୍ରୀ ସାକ୍ଷୀଙ୍କ ସହିତ ଆଇପିଏଲରେ ଦେଖାଯାଇଥାନ୍ତି। କିନ୍ତୁ ଏଥର କରୋନା ଯୋଗୁ ଧୋନୀ ପରିବାରକୁ ସାଥିରେ ନେଇ ଯାଇନାହାନ୍ତି।

ଏମିତି ସମୟରେ ଜିଭା, ଧୋନୀଙ୍କୁ ବହୁତ ମିସ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଜିଭାଙ୍କ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ ଧୋନୀଙ୍କ ସ୍କେଚ ହାତରେ ଧରିଥିବାର ନଜର ଆସୁଛି। ଭିଡ଼ିଓଟି ଜିଭା ଧୋନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ତେବେ ଏହି ଭାଇରଲ ଭିଡ଼ିଓରେ ଯେତେବେଳେ ସାକ୍ଷୀ, ଜିଭାଙ୍କୁ ପଚାରୁଛନ୍ତି, ଏ କିଏ, ଏହାର ଉତ୍ତରରେ ଜିଭା କହୁଛନ୍ତି, ଏ ମୋ ପାପା। ତା’ପରେ ସାକ୍ଷୀ ପଚାରୁଛନ୍ତି, ତୁମେ Sure ଅଛ? ଜିଭା କହୁଛନ୍ତି, ହଁ, ମୁଁ Sure ଅଛି। ସାକ୍ଷୀ ଏହି ଭିଡ଼ିଓର କ୍ୟାପସନ ଲେଖିଛନ୍ତି , ‘ପାପାଙ୍କର ସବୁଠାରୁ ବଡ଼ ଫ୍ୟାନ’।

 

View this post on Instagram

 

Papa s biggest fan !

A post shared by ZIVA SINGH DHONI (@ziva_singh_dhoni) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.