ରାଜ୍ଯରେ ଆଉ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଗଲା ୧୩ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୬୬ ଏବଂ ଲୋକାଲ୍ କେସରୁ ୧୭୧୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୭୧,୩୪୧ରେ ପହଁଚିଛି। ଏମାନଙ୍କ ୧,୩୩,୪୬୬ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୭,୧୪୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 ସେହିପରି ଅନୁଗୁଳରୁ ୧୫୫, ବାଲେଶ୍ବରରୁ ୧୩୩, ବରଗଡରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିରରୁ ୭୩, ବୌଦ୍ଧରୁ ୫୬, କଟକରୁ ୪୯୨, ଦେଓଗଡ ୧୦,ଢେଙ୍କାନାଳରୁ ୬୭, ଗଜପତିରୁ ୨୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡା ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୧୨୧, କେନ୍ଦୁଝରରୁ ୭୩, କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୁରଭଞ୍ଜରୁ ୧୬୩, ନବରଙ୍ଗପୁରରୁ ୭୩, ନୟାଗଡରୁ ୫୪, ନୂଆପଡାରୁ ୫୪, ପୁରୀରୁ ୧୬୬, ରାୟଗଡାରୁ ୧୬୦, ସମ୍ବଲପୁରରୁ ୧୨୭, ସୋନପୁରରୁ ୬୨ ଏବଂ ସୁନ୍ଦରଗଡରୁ ୧୬୬ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୩୩୭ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୮୨ ମୃତ୍ୟୁକୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.