ରାଜ୍ୟରେ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୨୧୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ସେଣ୍ଟରରୁ ୩୫୫ ଓ ସ୍ଥାନୀୟ ଅଞ୍ଚଳରୁ ୧୪୦ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୨୪ଟି ଜିଲ୍ଲାରୁ ଏହି ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବରଗଡରୁ ୨, ଭଦ୍ରକରୁ ୧୨, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତିରୁ ୭, ଜଗତସିଂହପୁରରୁ ୧୨, ଯାଜପୁରରୁ ୧, ଝାରସୁଗୁଡାରୁ ୮, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୦, କୋରାପୁଟରୁ ୫, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡରୁ , ପୁରୀରୁ ୧୮, ସମ୍ବଲପୁରରୁ ୬, ସୋନପୁରରୁ ୨ ଓ ସୁନ୍ଦରଗଡରୁ ୩୬ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.