ରାଜ୍ଯରେ ପୁଣି ୫ ମୁଣ୍ଡ ନେଲା କରୋନା, ମୋଟ୍ ମୃତ୍ଯୁ ସଂଖ୍ଯା ୧୦୮କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୫ ମୁଣ୍ଡ ନେଲା କରୋନା। ମୃତକଙ୍କ ମଧ୍ଯରେ ଗଞ୍ଜାମରୁ ୩, ଗଜପତିରୁ ଜଣେ ଓ କନ୍ଧମାଳରୁ ଜଣଙ୍କର ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ମୋଟ୍ କରୋନା ମୃତ୍ଯୁ ସଂଖ୍ଯା ୧୦୮କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of five Covid positive patients while under treatment in hospitals.
1. A 72 year old Male of Gajapati district who was also suffering from Diabetes, Hypertension and Coronary Artery Disease
— H & FW Dept Odisha (@HFWOdisha) July 22, 2020
ମୃତକଙ୍କ ଭିତରୁ ଗଞ୍ଜାମରୁ ଥିବା ୩ଜଣଙ୍କ ଭିତରେ ଜଣେ ୪୦ ବର୍ଷିୟା ମହିଳା ଅଛନ୍ତି, ଯିଏକି ଡାଇବେଟିସ୍ ଓ ହାଇପରଟେନସନରେ ପୀଡିତ ଥିଲେ । ଏହାବ୍ଯତିତ ୬୦ ବର୍ଷିୟ ଏବଂ ୬୧ ବର୍ଷିୟ ଅନ୍ଯ ଦୁଇ ଜଣ ପୁରୁଷ ରହିଛନ୍ତି । ଯେଉଁମାନଙ୍କ ମଧ୍ଯରୁ ଜଣେ ଡାଇବେଟିସ୍ ଏବଂ ଜଣେ ଉଭୟ ଡାଇବେଟିସ୍ ଓ ହାଇପରଟେନସନରେ ପୀଡିତ ଥିଲେ ।
2. A 40 year old Female of Ganjam district who was also suffering from Diabetes and Hydronephrosis.
3. A 61 year old Male of Ganjam district who was also suffering from Diabetes .
4. A 60 year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 22, 2020
ସେହିପରି ଗଜପତିରୁ ୭୨ ବର୍ଷିୟ ଜଣେ ପୁରୁଷଙ୍କର ଜୀବନ ନେଇଛି କରୋନା । ସେ କରୋନା ପଜିଟିଭ୍ ସହ ଡାଇବେଟିସ୍ ଓ ହାଇପରଟେନସନରେ ପୀଡିତ ଥିଲେ ।
5. A 86 year old Male of Kandhamal district who was also suffering from Diabetes and Chronic Obstructive Pulmonary Disease.
— H & FW Dept Odisha (@HFWOdisha) July 22, 2020
ସେହିପରି କନ୍ଧମାଳରୁ ଜଣେ ୮୬ ବର୍ଷିୟ ପୁରୁଷଙ୍କର ଜୀବନ ନେଇଛି କରୋନା । ସେ କରୋନା ପଜିଟିଭ୍ ସହ ଡାଇବେଟିସ୍ ଏବଂ Chronic Obstructive Pulmonary ରୋଗରେ ପୀଡିତ ଥିଲେ।