Realme C11 ବଜେଟ ସ୍ମାର୍ଟଫୋନ କିଣିବାର ପ୍ରଥମ ସୁଯୋଗ ଆଜି, Redmi ର ଏହି ଫୋନକୁ ଦେବ ଟକ୍କର

Realme ର ନିଜ ନୂଆ ଶସ୍ତା ବଜେଟ ସ୍ମାର୍ଟଫୋନ୍ Realme C11 ର ପ୍ରଥମ ସେଲ୍‌ ଆଜି ଆରମ୍ଭ ହେବାକୁ ଯାଉଛି। ଯାହା ଆଜି ଦିନ ୧୨ଟାରେ ଇ-କର୍ମସ ସାଇଟ ଫ୍ଲିପକାର୍ଟରେ ପ୍ରଥମ ସେଲ୍‌ ଆରମ୍ଭ ହେବ। ଏହାସହିତ ଫୋନକୁ କମ୍ପାନୀର ଅଧିକାରିକ େଓ୍ଵବସାଇଟ୍‌କୁ ଯାଇ ଆପଣ କିଣିପାରିବେ । Realme C11 ରେ ଦମଦାର୍ ଫିଚର୍ସ ରହିଛି ଯାହାକୁ ବହୁତ ଶସ୍ତାରେ ଗ୍ରାହକ ପାଇପାରିବେ । ଏହି ଫୋନର ଦାମ୍ ମାତ୍ର ୭୪୯୯ ଟଙ୍କା ରହିଛି । ଫୋନର ଖାସ୍ ଫିଚର୍ସ ହେଉଛି ଏହାର ୫୦୦୦ ଏମଏଏଚର ଦମଦାର୍ ବ୍ୟାଟେରୀ ।

ସ୍ପେସିଫିକେସନ :

ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ । ଡୁଆଲ ସିମ୍ ସହିତ ୬.୫ ଇଞ୍ଚ ଡିସପ୍ଲେ ରହିଛି। ଏହାର ଆସପେକ୍ଟ ରେସିଓ ୨୦:୯ ଏବଂ ସ୍କ୍ରିନ ଟୁ ବଡି ରେସିଓ ୯୯.୭ ରହିଛି। ଏହାଛଡା ଏଥିରେ ମିଡିଆଟେକ ହୋଲିଓ ଜି ୩୫ ଅକ୍ଟୋ କୋର ପ୍ରୋସେସର ସହିତ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ କ୍ଷମତା ମଧ୍ୟ ବଢାଇପାରିବେ। ଏହି ଫୋନର ବ୍ୟାଟେରୀ କ୍ଷମତା ୫,୦୦୦ ଏମ୍ଏଏଚ ରହିଛି। ଫୋନର ଓଜନ ୧୯୬ ଗ୍ରାମ ରହିଛି।

me

କମ୍ପାନୀ ଏହି ଫୋନକୁ ମାତ୍ର ଗୋଟିଏ ଭାରିଏଣ୍ଟରେ ଲଞ୍ଚ କରିଛି। ଫୋନର ସ୍କ୍ରିନ୍-ଟୁ-ବଡି ରେସିଓ ୮୮.୭% । ସ୍କ୍ରିନର ପ୍ରୋଟେକ୍ସନ ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ୍ ୩ର ବ୍ୟବହାର କରାଯାଇଛି । Realme C11 ଆଣ୍ଡ୍ରଏଡ୍ ୧୦ରେ ବେଷ୍ଟ୍ଡ ରିୟଲମି UIରେ କାମ କରିଥାଏ ।
ରିୟଲମିର ଏହି ଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି ଯାହାର ଅପର୍ଚର ଏଫ୍/2.2 ସହିତ ୧୩ ମେଗାପିକ୍ସେଲ୍ ଓ ଅପର୍ଚର ଏଫ୍/2.4 ସହିତ ୨ ମେଗାପିକ୍ସେଲ୍ ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଫୋନରେ ୫ ମେଗାପିକ୍ସେଲରେ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନରେ ଏଆଇ ବ୍ୟୁଟି, ଫିଲ୍ଟର ମୋଡ୍, ଏଚଡିଆର୍, ପୋଟ୍ରେଟ୍ ମୋଡ୍ ଓ ଟାଇମଲାପ୍ସ ଭଳି ଫିଚର୍ସ ଦିଆଯାଇଛି ।

real

Redmi 8A କୁ ଦେବ ଟକ୍କର :

Realme C11ର ଟକ୍କର ରେଡମି ୮ଏ ସହିତ ହେବ। Redmi 8A ଫୋନରେ ୪୩୯ ସ୍ନାପଡ୍ରାଗନ ପ୍ରୋସେସର ଏବଂ ୬.୨୨ ଇଞ୍ଚର ଡିସପ୍ଲେ ରହିଛି। ଏହାଛଡା ଫୋନର ଷ୍ଟୋରେଜକୁ ଏସଡି କାର୍ଡ ମାଧ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନର ରିୟର ପ୍ୟାନେଲରେ ୨ଟି କ୍ୟାମେରା ରହିଛି। ଯେଉଁଥିରେ ୧୩ ମେଗାପିକ୍ସେଲ ପ୍ରାଇମେରୀ ସେନସର ରହିଛି। ଏହାବ୍ୟତୀତ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଏହି ଫୋନର ଦାମ୍‌ ମଧ୍ୟ ୭,୪୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.