Below header

ତାଳଚେର ଓ ଢେଙ୍କାନାଳରେ ଆରମ୍ଭ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି 5-T ସଚିବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଏହାର ଉଦ୍‌ଘାଟନ ପୂର୍ବରୁ 5-T ସଚିବ ଭି.କେ ପାଣ୍ଡିଆନ୍‌ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

5T SACHIBA ଏହି ହସ୍ପିଟାଲରେ ୧୫୦ଟି ବେଡ୍‌ ରହିଥିବା ସହ ୮ଟି ଆଇସିୟୁ ରହିଛି । ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏମ୍‌ସିଏଲ୍‌ ପାଣ୍ଠିରୁ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି । ସେପଟେ ଢେଙ୍କାନାଳ ପୁରୁଣା ଡାକ୍ତରଖାନାରେ ଆରମ୍ଭ ହୋଇଥିବା କୋଭିଡ ହସ୍ପିଟାଲର ମଧ୍ୟ ତଦାରଖ କରିଛନ୍ତି 5-T ସଚିବ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ କୋଭିଡ୍‌ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.