ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୬ ହଜାର ୬୪୭ ପଜିଟିଭ୍‌ ଚିହ୍ନଟ, ୮ମୃତ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ଲଗାତର ତୃତୀୟ ଦିନ ଦୈନିକ ସଂକ୍ରମଣ ୬ ହଜାରରୁ ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୬୪୭ ପଜିଟିଭ୍‌ । ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି।

ଖୋର୍ଦ୍ଧା ଜିଲ୍ଲାରେ ପୁଣି ୧ ହଜାର ପୁଣି ସଂକ୍ରମିତ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ଆକ୍ରାନ୍ତ ହୋଇଛନ୍ତି। ସୁନ୍ଦରଗଡରୁ ୭୮୮ ନୂଆ କେସ୍‌ ରହିଛି। ସେହିପରି ନୂଆପଡାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧,ଝାରସୁଗୁଡାରୁ ୩୪୩ ଓ କଟକରୁ ୩୩୬ ଜଣ ବାହାରିଛନ୍ତି । ବରଗଡ଼ରୁ ୨୯୦, ବଲାଙ୍ଗିରରୁ ୨୩୪,ନବରଙ୍ଗପୁରରୁ ୨୨୪ ନୂଆ କେସ୍‌ ଆସିଛି । ୧୧ ରେଡ୍‌ ଜୋନ୍‌ ଜିଲ୍ଲାରେ ୪ ହଜାର ୮୪୮ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌ ୪୩ ହଜାର ୩୦୪ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୬ ହଜାର ୩ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.