Below header

ପ୍ରିନ୍ସ ଚାର୍ଲସଙ୍କ ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ହେଲେ କରୋନା ଆକ୍ରାନ୍ତ

ସାରା ଦୁନିଆରେ ଅତି ଦ୍ରୁତ ଗତିରେ ବ୍ୟାପୁଥିବା ଭୟଙ୍କର କରୋନା ଭାଇରସ୍ ସଂକ୍ରମଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ନିଜେ ପ୍ରଧାନମନ୍ତ୍ରୀ ବୋରିସ ନିଜର ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି । ତେବେ ଏହା ପୂର୍ବରୁ ବ୍ରିଟେନର ପ୍ରିନ୍ସ ଚାର୍ଲସ ମଧ୍ୟ COVID-19 ସଂକ୍ରମଣର ଶିକାର ହୋଇଥିଲେ ।

ସୂଚନା ଅନୁଯାୟୀ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ନିକଟରେ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ତାଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଛି । ଏଥିରେ ଜ୍ୱର ଏବଂ କାଶ ମଧ୍ୟ ସାମିଲ ରହିଛି । ଯାହାକି ଗତ ୨୪ ଘଣ୍ଟା ହେବ ତାଙ୍କଠାରେ ଦେଖାଦେଇଛି । ତେବେ ତାଙ୍କର କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜେଟିଭ ଆସିଛି ।

ବର୍ତ୍ତମାନ୍ ସେ ଆଇସୋଲେସନରେ ଯାଉଛନ୍ତି ଏବଂ ୱାର୍କ୍ ଫର୍ମ୍ ହୋମ କରିବେ ବୋଲି କହିଥିଲେ । ତେବେ ସେ ନିଜର ସରକାରୀ କାମ ଗୁଡିକ ଭିଡିଓ କନଫରେନ୍ସିଂ ଜରିଆରେ କରିବେ ବୋଲି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ବ୍ରିଟେନରେ କରୋନା ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ପୁରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ସେଠାରେ କରୋନା ସଂକ୍ରମଣ ସଂଖ୍ୟା ୯୫୦୦ ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୭୮ ରେ ପହଁଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.