Below header

କରୋନା: ଅଲ୍‌ଫା, ବୀଟା, ଗାମା ଓ ଡେଲ୍‌ଟା, ପ୍ରତ୍ୟେକ ଭାରିଆଣ୍ଟ ଉପରେ କାମ କରିବ କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ, ବଡ଼ ଘୋଷଣା କଲେ ସରକାର

ଦେଶରେ ଚାଲିଥିବା କରୋନା ଟିକାକରଣ ଭିତରେ ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ଗର୍ଭବତୀ ମହିଳାମାନଙ୍କୁ ଭ୍ୟାକ୍ସିନ ଦିଆଯାଇ ପାରିବ। ଟିକାକରଣ ଗର୍ଭବତୀ ମହିଳାମାନଙ୍କଠାରେ ଉପଯୋଗୀ ଏବଂ ଏହାକୁ ଦିଆଯିବା ଉଚିତ।

ଡା. ଭାର୍ଗବ କହିଛନ୍ତି ଯେ କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ ଅଲଫା, ବୀଟା, ଗାମା ଓ ଡେଲଟା ଭାରିଆଣ୍ଟ ବିରୋଧରେ କାମ କରିଥାଏ। ଡେଲ୍‌ଟା ପ୍ଲସ୍‌ ବିଶ୍ୱର ୧୨ ଦେଶରେ ରହିଥିବା ବେଳେ ଭାରତରେ ଏହାର ୪୮ଟି ମାମଲା ଚିହ୍ନଟ କରାଯାଇଛି।

ସେ ଆହୁରି କହିଥିଲେ କି, ‘ଆମେ ଏହି ଭାଇରସକୁ ଏବେ ଅଲଗା କରି ଦେଇଛୁ। ଅଲଫା, ବୀଟା, ଗାମା ଓ ଡେଲଟା ପାଇଁ ଯେଉଁ ପ୍ରକାରର ପରୀକ୍ଷଣ କରାଯାଇଥିଲା, ସେହି ପ୍ରକାରର ପରୀକ୍ଷଣ ଡେଲଟା ପ୍ଲସ୍‌ ଉପରେ ମଧ୍ୟ କରୁଛୁ। ଆମକୁ ୭ରୁ ୧୦ ଦିନ ଭିତରେ ପରିଣାମ ମିଳିଯିବାର ଆଶା ଅଛି’।

ପିଲାଙ୍କୁ ଭ୍ୟାକ୍ସିନ ଦେବାର ଏବେ ସମୟ: ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ

ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡା. ଭାର୍ଗବ କହିଛନ୍ତି, ‘ଏବେ ଆମେରିକା ହିଁ ଗୋଟିଏ ଦେଶ, ଯିଏ ପିଲାମାନଙ୍କୁ ଭ୍ୟାକ୍ସିନ ଦେଉଛି। ବହୁତ ଛୋଟ ପିଲାଙ୍କୁ ଟିକା ଦିଆଯିବାର ଆବଶ୍ୟକତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେ ପର୍ଯ୍ୟନ୍ତ ଆମ ପାଖରେ ପିଲାଙ୍କୁ ଟିକାକରଣ ଉପରେ ଅଧିକ ଡାଟା ନ ଥିବ, ଆମେ ବଡ଼ ମାତ୍ରାରେ ଟିକାକରଣ କରିବା ସ୍ଥିତିରେ ରହିପାରିବା ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.