ବେଙ୍ଗଲୀ ଷ୍ଟାଇଲରେ ବନାନ୍ତୁ ଟେଷ୍ଟି ଚଣା ଡାଲି, ବନାଇବା ବହୁତ ସହଜ

ଡାଲି ପ୍ରସ୍ତୁତ କରିବା ତ ପ୍ରାୟ ସମସ୍ତଙ୍କୁ ଆସିଥାଏ କିନ୍ତୁ ଯଦି ଆପଣ ଡାଲିକୁ କିଛି ନୂଆ ଷ୍ଟାଇଲରେ ବନାଇବାକୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଚଣା ଡାଲି ବନାଇବାର ବେଙ୍ଗଲୀ ଷ୍ଟାଇଲ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଧା କପ୍‌ ଚଣା ଡାଲି
  • ୧/୪ ଚାମଚ ହଳଦି ପାଉଡର
  • ୧/୨ ଚାମଚ ଜିରା
  • ୧/୨ ଚାମଚ ହେଙ୍ଗୁ
  • ଗୋଟିଏ ତେଜ ପତ୍ର
  • ଏକ ଇଞ୍ଚ ଡାଲଚିନି
  • ଦୁଇଟି ଲବଙ୍ଗ
  • ୨ଟି ଅଳେଇଚ
  • ୧/୨ ଚାମଚ ଅଦା (କଦ୍ଦୁକସ୍‌ ହୋଇଥିବା)
  • ଗୋଟିଏ ସୁଖିଲା ଲଙ୍କା
  • ଗୋଟିଏ କଞ୍ଚା ଲଙ୍କା
  • ୧ ଚାମଚ ତେଲ
  • ୧/୨ ଚାମଚ ଘିଅ
  • ଲୁଣ (ସ୍ୱାଦାନୁସାରେ)
  • ପାଣି (ଆବଶ୍ୟକ ଅନୁସାରେ
  • ୧/୨ କପ୍‌ ଚିନି
  • ନଡିଆ (ଛୋଟ କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ଚଣା ଡାଲି ଏବଂ ପାଣି ପକାଇ ୩୦ ମିନିଟ୍‌ ପାଇଁ ରଖିଦିଅନ୍ତୁ। ଏବେ ପ୍ରେସର କୁକରରେ ଡାଲି, ପାଣି, ହଳଦି ପାଉଡର ଏବଂ ଲୁଣ ପକାଇ ୭-୮ଟି ସିଟି ଲଗାଇ ଦିଅନ୍ତୁ।

ଏବେ ମିଡିୟମ ଆଞ୍ଚରେ ପ୍ୟାନରେ ତେଲ ଗରମ କରି ରଖନ୍ତୁ। ଏଥିରେ ଜିରା, ସୁଖିଲା ଲଙ୍କା, ଡାଲଚିନି, ଲବଙ୍ଗ, ଅେଇଚ, ତେଜପତ୍ର, ନଡିଆ ଖଣ୍ଡ ଏବଂ କଦ୍ଦୁକସ୍‌ କରି ରଖିଥିବା ଅଦା ପକାଇ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
ଏବେ ସେହି ପ୍ୟାନରେ ଜିରା, ହେଙ୍ଗୁ, ତେଜପତ୍ର, ଡାଲଚିନି, ଲବଙ୍ଗ, ଅଳେଇଚ, ଅଦା ଏବଂ ସୁଖିଲା ଲାଲ ଲଙ୍କା ପକାଇ କିଛି ସେକେଣ୍ଡ ପାଇଁ ଚଲାନ୍ତୁ।

ଏବେ ପ୍ରସ୍ତୁତ କରି ରଖିଥିବା ଡାଲି, କଞ୍ଚା ଲଙ୍କା, ଲୁଣ ଏବଂ ଚିନି ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ। ଫୁଟି ଆସିଲା ପରେ ଗ୍ୟାସ ବନ୍ଦ କରି ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଏଥିରେ ଘିଅ ପକାଇ ଭାତ ସହିତ ଗରମା ଗରମ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.