ସରକାରଙ୍କ କଡ଼ା ଚେତାବନୀ, ଆମ୍ବୁଲାନ୍ସ ଅପବ୍ୟବହାରକାରୀ ଗିରଫ ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର କିଛି ଜାଗାରେ ଜରୁରୀ କାଳୀନ ସେବା ପାଇଁ ଥିବା ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବା ନଜରକୁ ଆସିଛି । ଆଗକୁ ଏଭଳି କିଛି ଘଟିଲେ ଆମ୍ବୁଲାନ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ କଠୋର ଦଣ୍ଡ ଦିଆଯିବ । ଗାଡ଼ି ମଧ୍ୟ ଜବତ କରାଯିବ । ସେହିଭଳି ଲୋକେ ମଧ୍ୟ ଏ ନେଇ ସଚେତନ ରହିବାକୁ କୁହାଯାଇଛି ।

AMBULANCE-2

ନିଜାମୁଦ୍ଦିନକୁ କେତେ ଓଡ଼ିଆ ଯାଇଥିଲେ ?

ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକସଭାକୁ କେତେ ଓଡ଼ିଆ ଯାଇଥିଲେ ? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୩ ଜଣଙ୍କ ବିଷୟରେ ଜଣାପଡ଼ିଛି । ସେମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହି ତିନି ଜଣଙ୍କ ପରିବାର ଉପରେ ମଧ୍ୟ ନଜର ରଖାଯାଇଛି । ଅନ୍ୟମାନଙ୍କୁ ଟ୍ରାକିଂ ଜାରି ରହିଥିବା ବାଗଚୀ ସୂଚନା ଦେଇଛନ୍ତି ।

NIZAMIDDIN

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.