Below header

ଭୁବନେଶ୍ୱରରୁ ଆଜି ୧୧୦ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୧୯

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱରରୁ ଆଜି ମୋଟ୍‌ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟାଇନ ଓ ୭୭ ଜଣ ସ୍ଥାନୀୟ ଅଂଚଳରୁ ବୋଲି ଜଣାପଡିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ତା ସହିତ ଭୁବନେଶ୍ୱରରୁ ଆଜି ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


କ୍ୱାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ବଡ଼ଗଡ଼, ନୟାପଲ୍ଲୀରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆ ଓ ବଡ଼ଗଡ଼ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀ ବିହାର, ମଂଚେଶ୍ୱର, ବମିଖାଲ, ସହିଦନଗର, ୟୁନିଟ-୩, ସାମନ୍ତରାପରୁର, କାନନ ବିହାର, ଜୟଦେବ ବିହାର, ଡୁମଡୁମା, ପାତ୍ରପଡ଼ା, ଚନ୍ଦ୍ରଶେଖରପୁର, ବାଣିବିହାର, ଡମଣାରୁ ଅନେକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.