Below header

ଏମାନେ ଥିଲେ ଦୁନିଆର ସବୁଠୁ ବୟସ୍କ ବିବାହିତ ଦମ୍ପତି, ୮୦ ବର୍ଷ ରହିଥିଲେ ଏକାଠି, ହେଲେ ୧୧୦ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ସ୍ୱାମୀ

ଦୁନିଆର ସବୁଠାରୁ ବୟସ୍କ ବିବାହିତ ଦମ୍ପତିଙ୍କ ମଧ୍ୟରୁ ୧୧୦ ବର୍ଷୀୟ ସ୍ୱାମୀ ଜୁଲିଓ ମୋରାଙ୍କ ନିଧନ ହୋଇଯାଇଛି। ଏହି ଦମ୍ପତି ପାଖାପାଖି ୮୦ ବର୍ଷ ଏକାଠି ରହିଥିଲେ। ୧୯୪୧ ଫେବୃୟାରୀ ୭ରେ ମୋରା, ବଲଡ୍ରାମିନା କ୍ୱିନ୍ତେରୋସଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ବଲଡ୍ରାମିନାଙ୍କୁ ୧୦୪ ବର୍ଷ ବୟସ। ଏହି ଦମ୍ପତିଙ୍କ ପରିବାରରେ ୫ଜଣ ପୁଅ, ଝିଅ, ୧୧ଜଣ ନାତି, ନାତୁଣୀ ଏବଂ ୨୧ଜଣ ଅଣନାତି, ଅଣନାତୁଣୀ ଅଛନ୍ତି।

jhhj

ଗିନିଜ ୱାର୍ଲଡ ରେକର୍ଡ୍ସ ଅନୁସାରେ, ଏହି ଦମ୍ପତି ଦୁନିଆର ସବୁଠାରୁ ବୟସାଧିକ ଦମ୍ପତି। ଦୁଇଜଣଙ୍କ ସଂଯୁକ୍ତ ବୟସ ୨୧୫ ବର୍ଷରୁ କମ ହେବନି। ମୋରା ୧୯୧୦ ମାର୍ଚ୍ଚ ୧୦ରେ ଜନ୍ମ ହୋଇଥିଲା ବେଳେ ବଲଡ୍ରାମିନା ୧୯୧୫ ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ। ଦୁଇଜଣ ୧୯୪୧, ୭ ଫେବୃୟାରୀରେ ଏଠାକାର ପ୍ରଥମ ସ୍ପେନିଶ ଚର୍ଚ୍ଚରେ ବିବାହ କରିଥିଲେ।

sf

ସବୁଠାରୁ ଖାସ କଥା ହେଲା, ପରିବାର ଲୋକଙ୍କ ବିରୋଧରେ ଦୁଇଜଣ ଘରୁ ଫେରାର ହୋଇ ବିବାହ କରିଥିଲେ। ଦୁଇଜଣ ଅବସରପ୍ରାପ୍ତ ଶିକ୍ଷକ ଏବଂ ଦୁହେଁ ଇକ୍ବାଡୋରର ରାଜଧାନୀ କ୍ୱିଟୋରେ ରହୁଥିଲେ। ଏଠାରେ ଅଗଷ୍ଟ ମାସ ମଧ୍ୟଭାଗରେ ସେମାନଙ୍କୁ ଗିନିଜରୁ ପ୍ରମାଣ ପତ୍ର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.