ଭଦ୍ରକ: ମହିଳା ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କୁ ବେଆଇନ ଭାବେ ବହିଷ୍କାର ଅଭିଯୋଗରେ ବିକ୍ଷୋଭ, ବିପିଏମ ଓ ଓଏଲଏମ ନିସ୍ତୁକ ପିଟିଲେ ମହିଳା

ଭଦ୍ରକ(କେନ୍ୟୁଜ୍):  ମହିଳା ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କୁ ବେଆଇନ ଭାବେ ବହିଷ୍କାର ଅଭିଯୋଗରେ ବିକ୍ଷୋଭ ପ୍ରତିବାଦରୁ ଉତ୍ତେଜନା। ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ସଂପାଦିକାଙ୍କୁ ବହିଷ୍କାର ପ୍ରତିବାଦରେ ବନ୍ତ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ହଠାତ ସେଠାରେ କଂଗ୍ରେସ ଓ ସିପିଆଇ ସମର୍ଥିତ କେତେକ କର୍ମୀ ଓ ମହିଲା ପହଞ୍ଚି ବିପିଏମ ଓ ଓଏଲଏମ ଅଫିସରଙ୍କୁ ମାଡ଼ ମାରିବା ସହ ଅଫିସରେ ଭଙ୍ଗାରୁଜା କରିଥିଲେ।

bhadrak

ସେଠାରେ ଥିବା ପୋଲିସ କର୍ମଚାରୀ ଏହାକୁ ବିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ସ୍ୱାଭାବିକ କରିବାକୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବନ୍ତ ବ୍ଲକ ରାମଚନ୍ଦ୍ରପୁର ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ବେଆଇନ ଭାବେ ବିପଏମ ବହିଷ୍କାର କରିଥିଲେ। ଏହାକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣ ଦେଇଆସୁଥିଲେ ମହିଳା ମହାସଂଘ କର୍ମକର୍ତ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.