ଭୁବନେଶ୍ୱରରେ ଆଜି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣରୁ ସୁସ୍ଥ ହେଲେ ୩୧୨

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ): ଭୁବନେଶ୍ୱରରେ ଆଜି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ । ୨୫୫ଟି ଲୋକାଲ କେସ ରହିଥିବା ବେଳେ କ୍ୱାରେଣ୍ଟାଇନ୍ରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୩୧୨ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୦ ହଜାର ୮୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ହଜାର ୧୭୬ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୩୫୭୬ ଆକ୍ରାନ୍ତ ।
Update on newly detected #COVID19 cases in the last
24 hrs under the BMC area on 27th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/fG61Acs9eh— BMC (@bmcbbsr) September 27, 2020
ବର୍ତ୍ତମାନ ସୁଦ୍ଧା ବିଏମ୍ସି ଆଞ୍ଚଳରେ ୮୬ ଜଣଙ୍କ ଜୀବନ ନେଇଛି କରୋନା।