ଜେରା ବେଳେ ଦୀପିକା ପାଦୁକୋନ୍ଙ୍କ ସାମ୍ନାରେ ହାତ ଯୋଡ଼ିଥିଲେ ଏନ୍ସିବି ଅଧିକାରୀ, ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାର ଯାଞ୍ଚ ଅବସରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଅନ୍ୟପଟେ ପଚରାଉଚରା ବେଳେ ଏଭଳି ପରିସ୍ଥିତି ଉପୁଜିଲା ଯେ ଏନ୍ସିବି ଅଧିକାରୀଙ୍କୁ ଦୀପିକା ପାଦୁକୋନ୍ଙ୍କ ସାମ୍ନାରେ ୩ ଥର ହାତ ଯୋଡ଼ିବାକୁ ପଡ଼ିଥିଲା।
ମିଳିଥିବା ସୂଚନା ମୁତାବକ ଜେରା ବେଳେ ଦୀପିକା ପାଦୁକୋନ୍ ୩ ଥର କାନ୍ଦିଥିଲେ। ଏନ୍ସିବି ଟିମ୍ ଦୀପିକାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ତିନି ଥର ଦୀପିକାଙ୍କ ବ୍ରେକ୍ଡାଉନ୍ ହୋଇଥିଲା ଓ ସେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ଏନ୍ସିବି ଅଫିସର ଠିଆ ହୋଇ ଦୀପିକାଙ୍କୁ ଇମୋସନାଲ କାର୍ଡ ନ ଖେଳିବାକୁ ପରାମର୍ଶ ଦେଇଥିଲେ। ଅଧିକାରୀମାନେ ହାତ ଯୋଡ଼ି ତାଙ୍କୁ କାନ୍ଦିବାକୁ ମନା କରିବା ସହ ସତ କହିବାକୁ କହିଥିଲେ।
ଅନ୍ୟପଟେ ଏନ୍ସିବି ଦୀପିକାଙ୍କ ଫୋନ୍ ବି ଜବତ କରିଛି। ରିପୋର୍ଟ ମୁତାବକ ଜେରା ବେଳେ ଦୀପିକା ଓ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସାମ୍ନାସାମ୍ନି କରାଯାଇଥିଲା। ଏ ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏନ୍ସିବିକୁ ମିଳିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଡ୍ରଗ୍ସ କେସ୍ରେ ଗିରଫ ହୋଇଥିବା ରିୟା ଏକାଧିକ ଲୋକଙ୍କ ନାଁ ନେଇଛନ୍ତି। ଏବେ ଏନ୍ସିବି ସମସ୍ତଙ୍କୁ ଜେରା ପାଇଁ ଡାକୁଛନ୍ତି।