ପାଣି ଭଳି ବହିଗଲା ରେଡ ଓ୍ଵାଇନ୍, ଦୃଶ୍ୟ ଦେଖି କାନ୍ଦିବାକୁ ଲାଗିଲେ ଲୋକେ

ସମସ୍ତେ ଜାଣନ୍ତି କି ରେଡ ଓ୍ଵାଇନ କେତେ ମହଙ୍ଗା ହୋଇଥାଏ। ଏହାକୁ କେବଳ ସେହିମାନଙ୍କୁ ପିଇବାର ସୌଭାଗ୍ୟ ମିଳିଥାଏ ଯେଉଁମାନେ ଭାଗ୍ୟଶାଳୀ ଆଉ ପଇସା ବାଲା ହୋଇଥାନ୍ତି। ସାଧାରଣ ଲୋକ କେବଳ ତ ଏହାର ନାଁ ଧରିକି ରହିଯାନ୍ତି। କିନ୍ତୁ ଏବେ ସ୍ପେନରୁ ଏକ ଏମିତି ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଭିଡିଓରେ ଯାହା ଆପଣ ଦେଖୁଛନ୍ତି ତାହା ହେଉଛି ରେଡ ଓ୍ଵାଇନ୍। ସ୍ପେନର ଏକ ଓ୍ଵାଇନ୍ ଟ୍ୟାଙ୍କରୁ ପ୍ରାୟ ୫୦,୦୦୦ ଲିଟର ଓ୍ଵାଇନ୍ ବହିଯାଇଛି। ଏହି ଦୃଶ୍ୟକୁ ଯିଏ କେହି ବି ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏମିତି ଲାଗୁଛି ଯେମିତି ନଦୀ ସ୍ରୋତ ବହିଯାଉଛି।
ଏହି ଭିଡିଓ ସେୟାର ହେବା ମାତ୍ରକେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଏହାକୁ ଦେଖି ଅନେକ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କିଛି ଲୋକ ତ କହୁଛନ୍ତି କାଶ୍ ଆମେ ସ୍ଥାନରେ ଥାଆନ୍ତୁ। ଏଭଳି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
SUCESOS | Reventón de un depósito de vino de unos 50.000 litros en Bodegas VITIVINOS, de Villamalea pic.twitter.com/lU5pIzZAjU
— Radio Albacete (@RadioAlbacete) September 25, 2020