୭ମ ଶ୍ରେଣୀରୁ ହିଁ ବନ୍ଦ ହୋଇଯାଇଥିଲା ପାଠପଢ଼ା, ଏବେ ନିଜ ପ୍ରତିଭା ବଳରେ ଆବିଷ୍କାର କଲେ ୩୬୦ ଡିଗ୍ରୀ ଘୁର୍ଣ୍ଣନ କରୁଥିବା ସିଲିଂ ଫ୍ୟାନ

ମାତ୍ର ୭ମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗୁଜରାଟର ଜଣେ ବ୍ୟକ୍ତି ନିଜ ପ୍ରତିଭା ବଳରେ ୩୬୦ ଡିଗ୍ରୀ ଘୁର୍ଣ୍ଣନ କରୁଥିବା ଏକ ପଙ୍ଖା ତିଆରି କରିଛନ୍ତି। ସ୍କୁଲ ଡ୍ରପଆଉଟ ୪୫ ବର୍ଷର ରୋହିତ କଲେରିଆ ଏଭଳି ଏକ ନିଆରା ଆବିଷ୍କାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସୁରଟର ଖୋଲବାଡ଼ ଗାଁରେ ରହୁଥିବା ରୋହିତ ଜାଇରୋସ୍କୋପ ସିଦ୍ଧାନ୍ତ ଉପରେ ପ୍ରସ୍ତୁତ କରିଥିବା ଏହି ସିଲିଂ ଫ୍ୟାନ ନିଜ ଅକ୍ଷ ପଥରେ ୩୬୦ ଡିଗ୍ରୀ ଘୁରୁଛି। ନିଜର ଏହି ଆବିଷ୍କାର ପାଇଁ ସେ ଅନ୍ତଃରାଷ୍ଟ୍ରୀୟ ପେଟେଣ୍ଟ ଲାଗି ଆପ୍ଲାଏ କରିଛନ୍ତି।

ରୋହିତ ଏକ ଛୋଟ ଇଞ୍ଜିନିଅରିଂ ୱାର୍କସପ ଚଲାଉଛନ୍ତି। ଗତ ୬ ମାସ ହେବ ସେ ଘୁର୍ଣ୍ଣନ କରୁଥିବା ସିଲିଂ ଫ୍ୟାନ ଉପରେ କାମ କରୁଥିଲେ। ଲକଡାଉନ ସମୟରେ ନିଜ ବନ୍ଦ ଫ୍ୟାକ୍ଟ୍ରିରେ ହିଁ ଏହି କାମ ଚଲାଇଥିଲେ। ତେବେ ସେ କୌଣସି ମୋଟର କିମ୍ବା ଅନ୍ୟ କୌଣସି ବାହାର ସୋର୍ସ ଉପଯୋଗ କରିନାହାନ୍ତି।

k

 

ଗୋଟିଏ ପଙ୍ଖା ପିଛା ୪,୦୦୦ ଟଙ୍କା ଖର୍ଚ୍ଚ

ନିଜର ଏହି ନିଆରା ଆବିଷ୍କାର ବିଷୟରେ ରୋହିତ କହିଛନ୍ତି, ‘ମୁଁ ଆର୍ଥିକ ରୂପେ ଦୁର୍ବଳ। ଏହି ଆବିଷ୍କାରକୁ କମର୍ସିଆଲ ପ୍ରଡକ୍ସନ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ମୁଁ କାମ ଆରମ୍ଭ କରିବାର ପ୍ରସ୍ତୁତି ମଧ୍ୟ କରିନେଇଛି। ଗୋଟିଏ ସିଲିଂ ଫ୍ୟାନକୁ ତିଆରି କରିବାରେ ୪,୦୦୦ ଟଙ୍କା ଖର୍ଚ୍ଚ ଆସୁଛି’।

ରୋହିତଙ୍କ ତରଫରୁ ଆନ୍ତର୍ଜାତୀୟ ପେଟେଣ୍ଟ ଆପ୍ଲାଏ କରିଥିବା ଅନିଲ ସରବଗି ଗଣମାଧ୍ୟମକୁ କହିଛନ୍ତି, ‘ରୋହିତଙ୍କ ଏହି ଆବିଷ୍କାର ଉପରେ ମୁଁ ୩ ମାସ ଧରି ଅଧ୍ୟୟନ କରିଥିଲି। Stanford Universityର ଜଣେ ପ୍ରଫେସରଙ୍କ ଜାଇରୋସ୍କୋପିକ ସିଦ୍ଧାନ୍ତ ପରେ ଏହି ଜିନିଷ ସ୍ପଷ୍ଟ ହୋଇଥିଲା। ମୋଟର କିମ୍ବା ଅନ୍ୟ କୌଣସି ପାୱାର ବିନା ୩୬୦ ଡିଗ୍ରୀ ଘୁରିପାରୁଥିବା ଏହା ବିଶ୍ୱର ପ୍ରଥମ ପଙ୍ଖା ହୋଇପାରେ। ଏହା ପୂରା ରୁମକୁ ପବନ ଦେଇଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.