Below header

ବାଗଚୀ କହିଲେ ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ କରୋନା ନୁହେଁ, କ୍ୟାନସରରେ ହୋଇଛି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ୪୪ ନମ୍ବର ଆକ୍ରାନ୍ତ କୋଭିଡ୍‌ରେ ନୁହେଁ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଏହି ସୂଚନା ଦେଇଛନ୍ତିର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏହି ବ୍ୟକ୍ତିଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ଏବଂ ସେ କରୋନାରୁ ମୁକ୍ତ ହେବା ପରେ ମୃତ୍ୟୁ ବରଣ କରିଛନ୍ତି । ତେଣୁ ଏପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍‌ରେ ଜଣେ ମାତ୍ର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି । ଗତ ରାତି ସୁଦ୍ଧା ରାଜ୍ୟରେ ୧୧୭୪୭ଟି ନମୂନା ପରୀକ୍ଷଣ ହୋଇ ସାରିଛି । ପଜେଟିଭ୍‌ ସଂଖ୍ୟା ୭୯ ଓ ସୁସ୍ଥ ହୋଇଛନ୍ତି ୨୯ ଜଣ । ଜଣେ ହିଁ କରୋନାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.