ଲକଡାଉନରେ ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ଝିଅକୁ ପୋଲିସ କଲା ଲାଠିମାଡ, ଘରକୁ ଫେରି ଲଗାଇଦେଲା ଫାଶୀ

ଝାଡ଼ଖଣ୍ଡର ଧନବାଦ ସ୍ଥିତ ବ୍ରାଇଟ କୁସୁଣ୍ଡାରେ କରୋନା କାରଣରୁ ଜାରି ରହିଥିବା ଲକଡାଉନକୁ ଉଲଂଘନ କରିଥିବା ଜଣେ କିଶୋରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁଯାୟୀ ଘଟଣାଟି ରବିବାର ସନ୍ଧ୍ୟା ୭ଟାର ବୋଲି ଜଣାପଡିଛି। ଏହି କିଶୋରୀଙ୍କ ନାମ ହେଉଛି ରେଶମା। ସେ ଘରୁ କିଛି ଦୂରରେ ଥିବା ଏକ ଦୋକାନକୁ ଜିନିଷ କିଣିବାକୁ ଯାଇଥିଲେ। ରାସ୍ତାରେ ପୋଲିସ କର୍ମଚାରୀ ମାନେ ଯାଉଥିଲେ।

ପୋଲିସ କିସୀରୀଙ୍କୁ ଘରେ ରହିବାକୁ ତାଗିଦ କରିବା ପରେ ତାଙ୍କୁ ଲାଠି ମାଡ କରିଥିଲେ। ଏହାପରେ ସେ ଘରକୁ ଫେରି ଆସି ଚୁପଚାପ ହୋଇ ବସିରହିଥିଲେ। ସେ ବାରମ୍ବାର ଗୋଟେ କଥା କହିଚାଲିଥିଲା ଯେ କାହିଁକି ଓ କେଉଁ ଅଭିଯୋଗରେ ପୋଲିସ ତାଙ୍କୁ ମାରିଲେ। ସେ ତ କେବଳ ଦୋକାନରୁ ଆବଶ୍ୟକୀୟ ଜିନିଷ ଆଣିବାକୁ ଯାଇଥିଲେ। ସେ ବାରମ୍ବାର କହୁଥିଲେ ଯେ ମୁଁ ଏବେ କେଉଁ ମୁହଁରେ ବାହାରକୁ ବହାରିବି।

କିଶୋରୀଙ୍କ ବାପା ଜଣେ ସଫେଇ କର୍ମଚାରୀ। ତାଙ୍କ ମା ଜଣାଇଛନ୍ତି ଯେ ପୋଲିସ ଠାରୁ ମାଡ ଖାଇବା ପରେ ସେ ବହୁତ ଦୁଃଖ ଏବଂ ଅବସାଦରେ ଥିଲା। ସୋମବାର ବିଳମ୍ବିତ ରାତିରେ ସେ ନିଜ ଘର କୋଠରୀରେ ଫ୍ୟାନ ଲାଗିଥିବା ବାଉଁଶରେ ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିନେଲେ। ଆଜି ସକାଳୁ ପୋଲିସ ପହଂଚି ଘଟଣାର ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.