କାହିଁକି ସୀମା ସିଲ୍‌ ହୋଇ ପାରୁନାହିଁ, ବାଗଚୀ ଦେଲେ ସ୍ପଷ୍ଟୀକରଣ

ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ପୁଣି ଦୋହରାଇଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆହୁରି ମଧ୍ୟ ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ କହିଛନ୍ତି । ତେବେ ରାଜ୍ୟ ସୀମାକୁ ସମ୍ପୂର୍ଣ୍ଣ ଭାବେ ଜଗିବା ନେଇ ଯେଉଁ ପ୍ରଶ୍ନ ଉଠିଛି ସେ ସମ୍ପର୍କରେ ବାଗଚୀ ସ୍ପଷ୍ଟୀକରଣ ଦେଇଥିଲେ । ସେ କହିଛନ୍ତି ଯେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ହେଉଛନ୍ତି ଆମର ପଡ଼ୋଶୀ । ଏମାନଙ୍କ ସହ ଆମର ଥିବା ସୀମାକୁ ପୋଲିସ୍‌ ଜଗିବା ସମ୍ଭବ ନୁହେଁ ।

ବାଲେଶ୍ୱର ଓ ମୟୁରଭଞ୍ଜ ସହିତ ପଶ୍ଚିମ ବଙ୍ଗର ପ୍ରାୟ ୨୦୦ କିଲୋମିଟର ସୀମା ଲାଗି ରହିଛି । ସେହିପରି ଝାଡ଼ଖଣ୍ଡର ସୀମା ପ୍ରାୟ ୫୦୦ କିମି । ଛତିଶଗଡ଼ ସହିତ ୮ଟି ଜିଲ୍ଲା ଲାଗି ରିହିଛି । ଏହି ସୀମାର ଦୈର୍ଘ୍ୟ ୧୨୨୬ କିମି. । ଆହୁରି ମଧ୍ୟ ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ସୀମା ୧୦୨୪ କିମି.। ପୁଣି ସମୁଦ୍ର ଉପକୂଳର ସୀମା ହେଉଛି ୫୨୨ କିମି.। ଏତେବଡ଼ ସୀମାରେ ପୋଲିସ୍‌ ଜଗାଇବା ସମ୍ଭବ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଞ୍ଚାୟତ ଉପରେ ନିର୍ଭର କରିଛନ୍ତି । ସରପଞ୍ଚଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.