ଭଦ୍ରକ ଜିଲ୍ଲାରେ ସାପ୍ତାହିକ ୨ ଦିନ ସଟଡାଉନ୍‌ ଘୋଷଣା, ଅନ୍ୟ ଦିନରେ ସକାଳ ୫ରୁ ଦିନ ୨ଟା ଯାଏ ଖୋଲିବ ବଜାର

ଭଦ୍ରକ : ରାଜ୍ଯରେ ସଂକ୍ରମଣଙ୍କ ସଂଖ୍ଯା ଯେତିକି ପରିମାଣରେ ବଢୁଛି ସେତିକି ପରିମାଣରେ ଆକ୍ରାନ୍ତ ସୁସ୍ଥ ମଧ୍ଯ ହେଉଛନ୍ତି । ଏହାରି ଭିତରେ ରାଜ୍ଯର ବିଭିନ୍ନ ଜିଲ୍ଲା କରୋନାକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷପ ନେଉଥିବବେଳେ, ଭଦ୍ରକ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ମଧ୍ଯ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜିଲ୍ଲାରେ ସାପ୍ତାହିକ ଦୁଇଦିନିଆ ସଟଡାଉନ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲା ପ୍ରତି ସପ୍ତାହରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ ରହିବ । ଏହାସହ ଦୋକାନ ବଜାର ଖୋଲିବା ସମୟ ସୀମା ପରିବର୍ତ୍ତନ କରାଯାଇଛି । ଆଜିଠୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.