ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ FCI ଗୋଦାମ ନିକଟରୁ ନବଜାତ ଶିଶୁ କନ୍ଯା ଉଦ୍ଧାର

ଗଜପତି(କେନ୍ଯୁଜ୍): ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ଯା। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ୬ମାଇଲ ସ୍ଥିତ FCI ଗୋଦାମ ନିକଟରୁ ଏକ ନବଜାତ ଶିଶୁ କନ୍ଯା ଉଦ୍ଧାର କରିଛନ୍ତି ଗ୍ରାମବାସୀ। ପରେ ଗ୍ରାମବାସୀ ପୋଲିସର ସହାୟତାରେ ଶିଶୁ କନ୍ଯାଟିକୁ ଗଜପତି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ତେବେ ଶିଶୁ କନ୍ଯାଟିକୁ କିଏ ଓ କାହିଁକି ଏକ ନିର୍ଜନ ସ୍ଥାନରେ ଫୋପାଡି ଦେଇଛି ପୋଲିସ ତାହାର ତଦନ୍ତ ଚଳାଇଥିବା ବେଳେ ଅନ୍ଯପଟେ ଶିଶୁ କନ୍ଯାଟିର ଚିକିତ୍ସା ଦାୟିତ୍ବ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ହାତକୁ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.