Below header

ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ରେ ସୁସ୍ଥ ହେଉଛନ୍ତି କରୋନା ପୀଡ଼ିତ: ରାମାୟଣରେ ବର୍ଣ୍ଣିତ ସଞ୍ଜୀବନି ବୁଟି ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି, ହନୁମାନ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ଚିଠ

ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ରେ ସୁସ୍ଥ ହେଉଛନ୍ତି କରୋନା ପୀଡ଼ିତ । ଏହାକୁ ରାମାୟଣରେ ବର୍ଣ୍ଣିତ ସଞ୍ଜୀବନି ବୁଟି ସହ ତୁଳନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେଏମ ବୋଲସୋନେରୋ । ପବିତ୍ର ହନୁମାନ ଜୟନ୍ତୀରେ ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାମାୟଣରେ ବର୍ଣ୍ଣିତ କଥାବସ୍ତୁ ଅନୁଯାୟୀ ହନୁମାନ ହିମାଳୟରୁ ସଞ୍ଜୀବନି ବୁଟି ଆଣି ଦେବା ପରେ ଶକ୍ତି ଭେଦ ହୋଇଥିବା ଲକ୍ଷ୍ମଣଙ୍କ ଜୀବନ ଫେରି ପାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ବେଶ ଉପାଦେୟ । ଭାରତ ଓ ବ୍ରାଜିଲ ମିଶି କରୋନାର ମୁକାବିଲା କରିପାରିବେ । ଏଥିପାଇଁ ଭାରତରେ ଉପଲବ୍ଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଔଷଧ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ ରାଷ୍ଟ୍ରପତି ନିବେଦନ କରିଛନ୍ତି ।

sanjibaniକୋଭିଡ-୧୯ର ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ ଗେମଚେଞ୍ଜର କୁହାଯାଉଛି । ଏହାପୂର୍ବରୁ ଗତ ସପ୍ତହାରେଲ ବ୍ରାଜିଲ ରାଷ୍ଟ୍ରପତି ବୋଲସୋନେରୋ ମଧ୍ୟ ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଥିଲେ । ବିଶ୍ୱରେ କରୋନା ପରିସ୍ଥିତି ଉପରେ ଉଭୟେ ଆଲୋଚନା କରିଥିଲେ । ଏହି ଅବସରରେ ଭାରତରେ ବହୁଳ ପରିମାଣରେ ପ୍ରସ୍ତୁତ ହେଉଥିବା ହାଇଡ୍ରୋକ୍ସି କ୍ଲୋରକୁଇନ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ସମସ୍ତ ସହାୟତା ପାଇଁ ମୋଦି ବ୍ରାଜିଲକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । କେବଳ ବ୍ରାଜିଲ ନୁହେଁ ଆମେରିକା ସମେତ ୩୦ଟି ରାଷ୍ଟ୍ର ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ଯୋଗାଣ ପାଇଁ ଭାରତକୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.