ମୁକୁଟ ଓହ୍ଲାଇ ଧରିଲେ ଷ୍ଟେଥୋ: କରୋନା ଯୁଦ୍ଧକୁ ଓହ୍ଲାଇଲେ ମିସ୍‌ ଇଂଲଣ୍ଡ, ଡାକ୍ତରୀ ପେଷାକୁ ଫେରିଲେ ଭାଷା ମୁଖାର୍ଜୀ

ମୁକୁଟ ଓହ୍ଲାଇ ଧରିଲେ ଷ୍ଟେଥୋ । କରୋନା ଯୁଦ୍ଧକୁ ଓହ୍ଲାଇଲେ ମିସ୍‌ ଇଂଲଣ୍ଡ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରୀ ପେଷାକୁ ଫେରିଲେ ଭାଷା ମୁଖାର୍ଜୀ । ମୁଣ୍ଡରୁ ମୁକୁଟ ଓହ୍ଲାଇ ଏବେ ଇଂଲଣ୍ଡରେ କରୋନା ସଂକ୍ରମିତଙ୍କ ଚିିକିତ୍ସା କରିବେ ଭାରତୀୟ ବଂଶୋଦ୍ଭବ ଭାଷା । ଏନେଇ ସେ ପୂର୍ବରୁ କାମ କରିଥିବା ଡାକ୍ତରଖାନା ସହ ଯୋଗାଯୋଗ କରିଛନ୍ତି । ଗୋଟିଏ ପଟେ କରୋନା ଅନ୍ୟ ପଟେ ସାରା ବିଶ୍ୱ । ମହାମାରୀ କରୋନା ସହ ଲଢୁଛି ପୁରା ବିଶ୍ୱ । ଆଉ ଏପରି ସ୍ଥଳେ ନିଜ ମଡେଲିଙ୍ଗ୍‌ କ୍ୟାରିୟରରେ ବ୍ରେକ୍‌ ଲଗାଇ ଡାକ୍ତରୀ ପେଷାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ଭାଷା ।

bhasaକୋଲକାତାରେ ଜନ୍ମିତ ୨୪ ବର୍ଷୀୟ ଭାଷା ଗତବର୍ଷ ମିସ୍‌ ଇଂଲଣ୍ଡ ହୋଇଥିଲେ । ଏହା ପରେ ସେ ଡାକ୍ତରୀ ପେଷାକୁ ଅଲବିଦା କହିଥିଲେ । ତେବେ କରୋନାର ଭୟାବହତାକୁ ଦେଖି ପୁଣି ଥରେ ନିଜ ପେଷାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ କହିଛନ୍ତି ମାନବିକତାର କାର୍ଯ୍ୟ କରି ସେ ଏହି ବିଉଟି କ୍ରାଉନ୍‌ ପାଇଥିଲେ । ଏବେ ଯେତେବେଳେ ସାରା ବିଶ୍ୱ କରୋନା ସହ ଲଢେଇ କରୁଛି, ସେ କେମିତି ନିଜକୁ ନିବୃତ ରଖିବେ । ତେଣୁ ଦେଶ ସେବା ପାଇଁ ଏହା ହିଁ ପ୍ରକୃତ ସମୟ ବୋଲି କହିଛନ୍ତି ଭାଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.