କନିକା କପୁରଙ୍କ ପାଇଁ ଅଡୁଆ ବଢ଼ିଲା, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ବିଭିନ୍ନ ମାମଲାରେ ଫସିଛନ୍ତି

ଲମ୍ବା ସମୟ ଧରି କୋଭିଡ-୧୯ ସହ ଲଢ଼ିବା ପରେ ଦୁଇ ଦିନ ପୂର୍ବରୁ ଅର୍ଥାତ ସୋମବାର ବଲିଉଡ ସିଙ୍ଗର କନିକା କପୁରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଏବେ ହସ୍ପିଟାଲରୁ ଛୁଟି ମିଳିବା ପରେ ବି ତାଙ୍କୁ ଲଗାତାର ଅସୁବିଧାର ସାମ୍ନା କରିବାକୁ ପଡୁଛି। କୁହାଯାଉଛି, ପୋଲିସ ଏବେ ଖୁବଶୀଘ୍ର ତାଙ୍କ ବିରୋଧରେ ମାମଲା ରୁଜୁ ଏବଂ ରୋଗକୁ ନେଇ ଅସାବଧାନତା ଥିବା ଅଭିଯୋଗରେ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛି।

କରୋନାର ଷଷ୍ଠ ଟେଷ୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଖବର ମୁତାବକ, କାନିକାଙ୍କ ଘର ବିରୋଧରେ ଏବେ ସୋସାଇଟି ଲୋକ ଏକାଠି ହୋଇଛନ୍ତି, ଯାହାଫଳରେ ତାଙ୍କୁ ବାଧ୍ୟ ହୋଇ ସମ୍ପର୍କୀୟଙ୍କ ଘରେ ରହିବାକୁ ପଡୁଛି। ହୁଏତ ଲକଡାଉନ ପରେ ତାଙ୍କ ପାଇଁ ଆଇନ ସମ୍ବନ୍ଧୀୟ ଅସୁବିଧା ଆହୁରି ବଢିପାରେ ଏବଂ ତାଙ୍କୁ କୋର୍ଟଙ୍କ ଚକ୍କର କାଟିବାକୁ ପଡିପାରେ।

b

କହି ରଖୁଛୁ, ଲଣ୍ଡନରୁ ଫେରିବା ପରେ କନିକାଙ୍କ ଠାରେ ଲକ୍ଷଣ ମିଳିଥିଲା। ଏହାପରେ ତାଙ୍କୁ ଲକ୍ଷନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ହେବାକୁ ପଡିଥିଲା। ନିଜ ଟ୍ରାଭେଲ ହିଷ୍ଟ୍ରି ଲୁଚେଇବା, ଏହି ସମୟରେ ଅନେକ ବଡ ବଡ ପାର୍ଟିରେ ସାମିଲ ହେବା ନେଇ କନିକାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଲକ୍ଷନୌର ସରୋଜନୀ ନଗର ଥାନାରେ ଆଇପିସି ଧାରା 188, 269 ଓ 270 ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏହାଛଡା ନିଜେ ଅସାବଧାନତା ରହିବା ଏବଂ ଅନ୍ୟର ଜୀବନକୁ ବିପଦରେ ପକାଇବା ଅଭିଯୋଗରେ ତାଙ୍କ ବିରୋଧରେ ଆହୁରି 2ଟି ମାମଲା ରୁଜୁ କରାଯାଇଛି। ଗୋଟିଏ ହଜରତଗଞ୍ଜ ଥାନାରେ ଏବଂ ଅନ୍ୟଟି ଗୋମତି ନଗର ଥାନାରେ। ତେବେ 14 ଦିନ କ୍ୱାରେଣ୍ଟାଇନରେ ରହିବା ପରେ ତାଙ୍କୁ ଯାଞ୍ଚ ଏବଂ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.