Below header

କେରଳରେ ବଢୁଛି ଆତ୍ମହତ୍ୟା, ମଦ ମିଳିବ ବୋଲି ପ୍ରତିଶୃତି ପାଇବା ପରେ କୂଅରୁ ଉଦ୍ଧାର ହୋଇପାରିଲେ ବ୍ୟକ୍ତି

କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଏହା ମଧ୍ୟରେ କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ଏଠାରେ ଜଣେ ଲୋକଙ୍କୁ ମଦ ନମିଳିବା କାରଣରୁ ସେ କୂଅକୁ ଡେଇଁ ଆତ୍ମହତ୍ଯା କରିବାକୁ ଚେଷ୍ଟା କରିଛନ୍ତି । କେବଳ ସେତିକି ନୂହେଁ ଉଦ୍ଧାରକାରୀ ଦଳ ତାଙ୍କୁ ମଦ ଦେବାପାଇଁ କଥା ଦେବାପରେ ବହୁ କଷ୍ଟରେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ମନବଲାୟନ୍ ନାମକ ଜଣେ ଶ୍ରମିକ ନିଜ ପତ୍ନୀ ଦୁଇ ପୁଅଙ୍କ ସହିତ ତାମିଲନାଡୁରେ ବାସ କରନ୍ତି । ନିଶାର ଅଭ୍ୟାସ ଥିବା କାରଣରୁ ପ୍ରତିଦିନ ତାଙ୍କୁ ମଦ ଦରକାର ହୋଇଥାଏ କିନ୍ତୁ ସାରାଦେଶ ଲକ୍ ଡାଉନ୍ ହୋଇଥିବା ଯୋଗୁଁ ଏବେ କିଛିଦିନ ହେବ ତାଙ୍କୁ ମଦ ମିଳୁନାହିଁ ଯେଉଁ କାରଣରୁ ସେ ସର୍ବଦା ଡିପ୍ରେସନରେ ରହୁଥିଲେ । ନିଜ ପତ୍ନୀଙ୍କ ସହିତ ସର୍ବଦା ଝଗଡ଼ା କରିବା ସହ ବାହାର ଲୋକ ସାହି ପଡିଶାରେ ଝଗଡ଼ା କରି ଗତକାଲି ଘର ନିକଟରେ ଥିବା ଏକ 25 ଫୁଟ ଗଭୀର କୂଅ ଭିତରକୁ ଡେଇଁ ପଡିଥିଲେ । ଯଦିଓ ସମସ୍ତେ ଜାଣିଥିଲେ ଯେ ତାଙ୍କୁ ପହଁରା ଜଣାଅଛି କିନ୍ତୁ ମଦ ନମିଳିବା ଯାଏଁ ସେ ବାହାରକୁ ଆସିବେନି ବୋଲି ଜଣାଇ ଦେଇଥିଲେ ।

Understanding Liquor Labeling Requirements | Cut Sheet Labels

ସୂଚନା ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚଥିଲେ ସତ କିନ୍ତୁ ଅନେକ ପ୍ରଚେଷ୍ଟା ପରେ ମଧ୍ଯ ତାଙ୍କୁ କୂଅ ଭିତରୁ ବାହାର୍ କରାଯାଇପାରି ନଥିଲା । ଶେଷରେ ବାହାରକୁ ଆସିଲେ ତାଙ୍କୁ ମଦ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଅନେକ କଷ୍ଟରେ ତାଙ୍କୁ କୂଅ ଭିତରୁ ବାହାର୍ କରାଯାଇଥିଲା ।

Distilleries all over Virginia can now legally ship liquor to your ...

ଖବର ମୁତାବକ ଲକ୍ ଡାଉନ୍ ଯୋଗୁଁ ମଦ ନମିଳିବା କାରଣରୁ କେରଳର ବିଭିନ୍ନ୍ ସ୍ଥାନରୁ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଡାକ୍ତରଙ୍କ ପରାମର୍ଶ ନେଇଥିବା ଲୋକମାନଙ୍କୁ ମଦ ଯୋଗାଇଦେବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ହଠାତ୍ ମଦ ବନ୍ଦ ହୋଇଯିବା କାରଣରୁ ଅନେକ ସାମାଜିକ ସମସ୍ୟା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.