ଯାଜପୁର ବ୍ରହ୍ମବରଦା ଅଂଚଳର କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ଏପ୍ରିଲ୍‌ ୧୨ ରାତି ୮ଟା ଯାଏ ବଢାଇଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ:ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । ଏପ୍ରିଲ୍‌ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧି ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଆଜି ଶେଷ ହୋଇଥାନ୍ତା କଣ୍ଟେନ୍‌ମେଣ୍ଟ ଅବଧି । ହେଲେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି ।

ସେପଟେ ଯାଜପୁର ଜିଲ୍ଲାରେ ଲକ୍‌ ଡାଉନକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଳାପାଳ । ଅନ୍ୟପଟେ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେଡିକାଲକୁ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏହାର ଲୋକାର୍ପଣ ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.