Below header

ପାଣିପାଗ : ଅପରାହ୍ନରେ ତିନିଟି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା, ବୌଦ୍ଧରେ କୁଆପଥର ବର୍ଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଅପରାହ୍ନରେ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇପାରେ ।
ସେପଟେ ଆଜି ସକାଳେ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି । କରୋନା ଲକ୍‌ଡାଉନ୍‌ ଯୋଗୁଁ ସ୍ଥାନୀୟ ପ୍ରଶାସନ ସକାଳ ୬ଟାରୁ ୧୧ଟା ଯାଏ ରେସନ୍‌ ଦୋକାନ ଏବଂ ପରିବା ମାର୍କେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ସମୟରେ ଏଭଳି କାଳବୈଶାଖୀ ଲୋକଙ୍କୁ ବଡ଼ ସମସ୍ୟାରେ ପକାଇ ଦେଇଥିଲା । ସେଥିପାଇଁ ଜିଲ୍ଲାପାଳ କିଣାକିଣି କରିବା ସମୟକୁ ଦିନ ଗୋଟାଏ ଯାଏ ବଢ଼ାଇ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.