ହଲିଉଡ଼ ପରେ ଏବେ ବଲିଉଡ ସେଲିବ୍ରିଟିଙ୍କ କରୋନା ସଂକ୍ରମିତ ହୋଇଥିବା ନେଇ ଅନେକ ଖବର ପ୍ରକାଶ ପାଉଛି । କନିକା କପୁର, କରିମ ମୋରାନିଙ୍କ ଝିଅ, ପୂରବ କୋହଲିଙ୍କ ପରେ ଏବେ ଶେଫାଳି ଶାହଙ୍କ ଫେସବୁକ ଆକାଉଣ୍ଟରେ ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଏକ ସୂଚନା ଦିଆଯାଇଛି । କିନ୍ତୁ ପରେ ଶେଫାଳି ଶାହ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏହା ସମ୍ପୂର୍ଣ ରୂପେ ମିଛ ବୋଲି ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ତାଙ୍କ ଆକାଉଣ୍ଟକୁ ହ୍ୟାକ କରାଯାଇ ଏପରି ଏକ ମିଥ୍ୟା ତଥ୍ୟ ପ୍ରକାଶ କରାଯାଇଛି ଢ ଶେଫାଳି ଆହୁରି ମଧ୍ୟ କହିଛନ୍ତିକି ଗତ ରାତିରୁ ତାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା ।
ସକାଳୁ ଉଠି ସେ ଦେଖନ୍ତି ତ, ଏପରି ଏକ ମେସେଜ ଦେଖି ଲୋକେ ତାଙ୍କ ଆରୋଗ୍ୟ କାମନା କରି ମେସେଜ ପରେ ମେସେଜ କରିବାକୁ ଲାଗିଥିଲେ । ଏମିତିକି ଦରକାର ପଡିଲେ ସେମାନଙ୍କୁ କଲ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିଛି ଲୋକ ତ ନିଜ ଟେଲିଫୋନ ନମ୍ବର ବି ସେୟାର କରିଛନ୍ତି । ଅନ୍ୟ ପକ୍ଷରେ ଶେଫାଳି ସ୍ପଷ୍ଟ କରିଛନ୍ତିକି, ସେ ଓ ତାଙ୍କ ପରିବାର ଏବେ ସମ୍ପୂର୍ଣ ରୂପେ ସୁସ୍ଥ ଅଛନ୍ତି । ବାକି ସମସ୍ତଙ୍କ ପରି ସେମାନେ ବର୍ତ୍ତମାନ ପରିସ୍ଥିତିକୁ ମୁକାବିଲା କରୁଛନ୍ତି ଓ ଘରେ ରହି ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି । ମୋ ପାଇଁ ଏତେ ଚିନ୍ତା କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କହି ରଖିବା ଉଚିତ ହେବକି, ଲକ ଡାଉନ ସମୟରେ ଶେଫାଳି ଘରେ ରହି ନିଜର ବିଭିନ୍ନ ଆକ୍ଟିଭିଟି ଗୁଡିକୁ ଲଗାତାର ଅପଡେଟ କରି ଆସୁଛନ୍ତି ।
ଆଉ ଏକ ବିଶେଷ ସୂଚନା ଅନୁଯାୟୀ, ନିକଟରେ ଅଭିନେତା ପୂର୍ଵ କୋହଲି ଓ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଛି । କିନ୍ତୁ ପରେ ପୂରବ ଏବାବଦରେ କହିଛନ୍ତିକି, ଏବେ ସେ ତାଙ୍କ ପରିବାର ସମ୍ପୂର୍ଣ ସୁସ୍ଥ ଅଛନ୍ତି । ପ୍ରଥମେ ସେ ଏହାକୁ ଏକ ସାଧାରଣ ଥଣ୍ଡା ଭାବିଥିବା ବେଳେ କିନ୍ତୁ ପରେ ଏହା କୋଭିଡ -୧୯ ବୋଲି ଚିହ୍ନଟ ହୋଇଥିଲା ।