ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛୁଟୁଛି ସହାୟତାର ସୁଅ, ଜାରକା ରୋଟାରୀ କ୍ଲବ ଓ ଧର୍ମଶାଳା ମୁନସୀ ମେଳଣ କମିଟି ପକ୍ଷରୁ ଚେକ୍ ପ୍ରଦାନ

ଯାଜପୁର (କେନ୍ୟୁଜ୍‌) : କରୋନାକୁ ମୁକାବିଲା କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଘଟିସନ୍ଧି ମୁହୁର୍ତରେ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସରକାରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି । ଏହି କ୍ରମରେ ଯାଜପୁର ଜିଲ୍ଲା ଜାରକା ରୋଟାରୀ କ୍ଲବ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । କ୍ଲବର ସଭାପତି ଅଜାମ୍ବର ସାହୁଙ୍କ ନେତୃତ୍ୱରେ ଏଡିଏସଜି ବିନୋଦ କୁମାର ପରିଡା, ସଂପାଦକ ହରିହର ପଣ୍ଡା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପୃଷ୍ଟି ପ୍ରମୁଖ କର୍ମକର୍ତାମାନେ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ସହୟତାମୂଳକ ଏହି ଚେକ୍ ପ୍ରଦାନ କରିଥିଲେ ।

donationସେହିପରି ଧର୍ମଶାଳା ମୁନସୀ ମେଳଣ କମିଟି ପକ୍ଷରୁ କରୋନା ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । କମିଟି ସଭାପତି ତଥା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ୍ ଧର୍ମଶାଳା ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ସମୟରେ ସଂପାଦକ ଜଳଧର ମହାନ୍ତି, ସହସଂପାଦକ ପ୍ରମୋଦ ଦାସ, ସଭ୍ୟ ସୁଦୀପ୍ତ ସ୍ୱାଇଁ, ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.