ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ୍ ଚଳାଚଳ ରଦ୍ଦ କଲା ରେଲୱେ, ଯାତ୍ରୀଙ୍କୁ ଫେରସ୍ତ ମିଳିବ ଟିକେଟ ଟଙ୍କା

ଭାରତୀୟ ରେଳବାଇ ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ ଚଳାଚଳକୁ ରଦ୍ଦ କରିଛି। IRCTC ଦ୍ୱାରା କରୋନା ସ୍ଥିତିରେ ମଧ୍ୟ ୨ଟି ତେଜସ ଓ ଗୋଟିଏ କାଶୀ ମହାକାଳ ଟ୍ରେନ ଚଲାଯାଉଥିଲା। ଟ୍ରେନ ଚଳାଚଳ ରଦ୍ଦ ହେବା ପରେ ରେଳବାଇ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନେ ଟିକେଟ ବୁକ କରିଥିଲେ ତାଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିଯିବ। ଏନେଇ ଆଇଆରସିଟିସିର ପ୍ରବକ୍ତା ସୂଚନା ଦେଇଛନ୍ତି।
କରୋନା ଭାଇରସ ସହ ଲଢ଼ିବା ପାଇଁ IRCTC ଭାରତ ସରକାରଙ୍କ ସହ ମିଳିତ ଭାବେ କାମ କରୁଛି। IRCTC ମଧ୍ୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛି। ଲକଡାଉନ ସମୟରେ ରେଲୱେ ତରଫରୁ ପ୍ରାୟ ୪ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ଏବେବି ୨୮ ଟି ସ୍ଥାନରେ IRCTCର କିଚେନ ଚାଲୁରହିଛି।
ସୂଚନାଯୋଗ୍ୟ ଯେ ଲକଡାଉନ ଯୋଗୁ ଭାରତରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର, ମେଲ ଓ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିଛି। କେବଳ ଆବଶ୍ୟକ ଜିନିଷ ପତ୍ର ଡେଲିଭରି କରିବା ପାଇଁ କିଛି ସ୍ୱତନ୍ତ୍ର ପାର୍ସଲ ଟ୍ରେନ ଚଳାଚଳ କରୁଛି।