ଲକଡାଉନ୍ ସ୍ଥିତିରେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କଲେ ଜେଲ ଦଣ୍ଡ ଭୋଗିବେ କମ୍ପାନୀ ମାଲିକ

କରୋନା ଭାଇରସର ବ୍ୟାପିବାକୁ ରୋକିବା ପାଇଁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ପରିସ୍ଥିତିରେ ଘରୁ ବାହାରିବାକୁ ମନା କରାଯିବା ସହ ଅତି ଜରୁରୀ ଥିଲେ ମାସ୍କ ପିନ୍ଧି ଯିବାକୁ କୁହାଯାଇଛି। ୨୧ ଦିନିଆ ଲକଡାଉନ ଯୋଗୁ ଏବେ ସବୁ କଳକାରଖାନା, ଅଫିସ, ମଲ, ଫିଲ୍ମ ହଲ ଆଦି ବନ୍ଦ ରହିଛି। ଫଳରେ ଲକ୍ଷ ଲକ୍ଷ ଶ୍ରମିକ ତଥା କର୍ମଚାରୀଙ୍କ ଜୀବିକା ବିପଦରେ ପଡ଼ିଛି। ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଲକଡାଉନ ବେଳେ ଶ୍ରମିକଙ୍କୁ ଦରମା ନ ଦେଲେ କିମ୍ବା ଚାକିରିରୁ କାଢ଼ିଲେ ମାଲିକଙ୍କୁ ବର୍ଷେ ଯାଏଁ ଦଣ୍ଡିତ କରାଯିବ ବୋଲି ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସମୟରେ କୌଣସି ଶ୍ରମିକଙ୍କ ଦରମା କାଟ ହେବନି କି କାହାକୁ ଚାକିରିରୁ ବହିଷ୍କୃତ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

job

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ କୁମାର କହିଛନ୍ତି ଯେ ଯଦି କୌଣସି ମାଲିକ ଶ୍ରମିକଙ୍କୁ ଏହି ସମୟରେ ଚାକିରିରୁ ଛଟେଇ କରେ ତେବେ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା-୫୧ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

HR Advance | 10 things to know about suspending an employee

ଏହି ଆଇନ ଦ୍ୱାରା ଲୋକଙ୍କ ଚାକିରି ସୁରକ୍ଷିତ ରହିବ ବୋଲି କହିଛନ୍ତି ଶ୍ରୀ କୁମାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ଲକ୍ଷ ଶ୍ରମିକଙ୍କ ଜୀବିକାକୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.