Below header

ଶିକ୍ଷାନୁଷ୍ଠାନରେ କୋଭିଡ ଟେଷ୍ଟିଂ ଜୋରଦାର, କ୍ୟାପିଟାଲ ହାଇସ୍କୁଲରେ ୨ ଛାତ୍ର ଛାତ୍ରୀ ପଜିଟିଭ ଚିହ୍ନଟ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ଟେଷ୍ଟିଂ ଜୋରଦାର ହୋଇଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ସଂସ୍ପର୍ଶରେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦେଖି ବିଏମସି ପକ୍ଷରୁ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂରେ କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର ଛାତ୍ରୀ ପଜିଟିଭ ଆସିଥିବା ଜଣାପଡ଼ିଛି ।

ଦୁଇ ପଜିଟିଭ ବାହାରିବା ପରେ ଅନ୍ୟ ଛାତ୍ରଛାତ୍ରୀ କେମିତି ସୁରକ୍ଷିତ ରହିପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ବିଏମସିର ତିନିଟି ଜୋନରେ ଥିବା ଶିକ୍ଷାନୁଷ୍ଠାନରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି । ପ୍ରତି ଜୋନରୁ ୧୫୦୦ ଲେଖାଏଁ ନମୁନା ପରୀକ୍ଷା କରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.