ଆଜିଠୁ ଆରମ୍ଭ ହେଲା କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ ‘କୋଭାକ୍ସିନ୍‌’ର ହ୍ୟୁମାନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ । ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି କୋଭାକ୍ସିନ୍ର ହ୍ୟୁମାନ୍ ଟ୍ରାଏଲ୍ । ଦିଲ୍ଲୀ ଏମ୍ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏହି ସୂଚନା ଦେଇଛନ୍ତି । ଦେଶର ୧୨ଟି ହସ୍ପିଟାଲରେ ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍ର ହ୍ୟୁମାନ୍ ଟ୍ରାଏଲ ଚାଲିଛି।

ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ୧୮ଶହ ସ୍ୱେଛାସେବୀ ପଞ୍ଜିକୃତ ହୋଇଥିବା ସେ ସୂଚନା ଦେଇଛନ୍ତି। ପ୍ରାଥମିକ ଭାବେ ୧୦୦ ଜଣ ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ହେବ । ଯେଉଁମାନଙ୍କର ବୟସ ସୀମା ରହିଛି ୧୮ ରୁ ୫୫ ବର୍ଷ । ସେଥିପାଇଁ ୧୧୨୫ଟି ନମୁନା ସଂଗ୍ରହ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଜଣଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷା ହେବ ।

ଏଥିରେ ସାମିଲ ହେବେ ୧୨ ରୁ ୬୫ ବର୍ଷ ବୟସ୍କ ବ୍ୟକ୍ତି । ଏମ୍ସ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ଦୁଇ ତିନି ମାସ ପରେ ଫେଜ୍‌ ରେଜଲ୍ଟ ମିଳିବା ପରେ ସେହି ବ୍ୟକ୍ତିଙ୍କ ଶରୀରରେ ଆଣ୍ଟି ବଡି ବିକଶିତ ହେଉଛି କି ନାହିଁ ଦେଖାଯିବ । ଯଦି କିଛି ସାଇଡ୍‌ ଇଫେକ୍ଟ ନହୁଏ ତାହେଲେ ତାକୁ ମନିଟର କରାଯିବ ।

ଆଇସିଏମ୍ଆର ଓ ଭାରତ ବାୟୋଟେକ୍ର ମିଳିତ ଉଦ୍ୟମରେ ଭାରତର ନିଜସ୍ୱ ଜ୍ଞାନ କୈାଶଳରେ କରୋନା ଟିକା କୋଭାକ୍ସିନ୍ ବିକଶିତ ହୋଇଛି। ଏହା ଭାରତର ଏକ ବଡ଼ ସଫଳତା ବୋଲି କହିଛନ୍ତି ରଣଦୀପ ଗୁଲେରିଆ ।

 

Leave A Reply

Your email address will not be published.