କୋଭିଡ୍‌ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀଙ୍କ ୩ ମନ୍ତ୍ର: ତ୍ୟାଗ, ସଂଜମ ଓ ଶୃଙ୍ଖଳାର ମାର୍ଗ ଆପଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ଯାହାଫଳରେ ଏହି କୋଭିଡ୍‌ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ମନ୍ତ୍ର ଦେଇଛନ୍ତି। ତ୍ୟାଗ, ସଂଜମ ଓ ଶୃଙ୍ଖଳାର ମାର୍ଗ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତିନି ଅସ୍ତ୍ର ଗ୍ରହଣ କଲେ କୋଭିଡ୍‌ ଯୁଦ୍ଧ ଆମକୁ ବିଜୟ ଆଣିଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନଲକ ଆରମ୍ଭ ହୋଇଛି, ଆଉ ବିଶେଷ କଟକଣା ନାହିଁ। କୋଭିଡ୍‌ ପାଇଁ ଭ୍ୟାକ୍‌ସିନ ବା ମେଡିସିନ ନ ଆସିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବ ପରି ସ୍ୱାଭାବିକ ହେବ ନାହିଁ। ସମସ୍ତଙ୍କ ମଙ୍ଗଳ ପାଇଁ ତ୍ୟାଗ କରିବାକୁ ହେବ। କୋଭିଡ୍‌ ଗାଇଡ ଲାଇନକୁ କଡ଼ାକଡି ପାଳନ କରିବାକୁ ପଡିବ।

ଏହାସହ ଗହଳି ନକରିବା ତଥା ଗହଳି ସ୍ଥାନକୁ ନଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୟସ୍କ ଓ ଶିଶୁଙ୍କ ଯତ୍ନ ନେବା ସହ କୋଭିଡ୍‌ ନିୟମକୁ ଠିକ୍‌ରେ ପାଳନ କରିବାକୁ ସେ ଯୁବ ସମାଜକୁ ବିଶେଷ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.