କୋଭିଡ ନିୟମ ପାଳନ କରି ବିଶ୍ୱବିଦ୍ୟାଳୟ,ସମସ୍ତ ଶିକ୍ଷାନୁଷ୍ଠାନ କରିପାରିବେ ପରୀକ୍ଷା: ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ପଠାଯାଇଛି । କୋଭିଡ ନିୟମ ପାଳନ କରି ପରୀକ୍ଷା କରିବାକୁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ବିଶ୍ୱବିଦ୍ୟାଳୟ,ସମସ୍ତ ଶିକ୍ଷାନୁଷ୍ଠାନ ପରୀକ୍ଷା କରିପାରିବେ । ୟୁଜିସି ଗାଇଡଲାଇନ ମାନି ଫାଇନାଲ ପରୀକ୍ଷା ନିଶ୍ଚୟ କରିବାକୁ କେନ୍ଦ୍ରର ଅନୁମତି ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏସଓପି ପାଳନ କରି ବିଶ୍ୱବିଦ୍ୟାଳୟ,ସମସ୍ତ ଶିକ୍ଷାନୁଷ୍ଠାନ ପରୀକ୍ଷା କରିବେ ।

ଏହାସହ ଯଦି କୌଣସି ଛାତ୍ରଛାତ୍ରୀ ଶେଷ ସେମିଷ୍ଟର ପରୀକ୍ଷା ଦେଇନପାରିବେ ତେବେ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ସୁଯୋଗ ପାଇପାରିବେ। ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାଗୁ ହେବ। ଇଣ୍ଟରମିଡିଏଟ୍‌ ସେମିଷ୍ଟର ପରୀକ୍ଷା ପାଇଁ ପୂର୍ବରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅପରିବର୍ତ୍ତି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.