Below header

ହୋଇଯାଆନ୍ତୁ ସତର୍କ ! ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ହଜାର ହେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ହଜାରେ ଟପିଲାଣି । ୧୦୬୯ ଜଣ ଚିକିତ୍ସାଧୀନ ଥିବା ବେଳେ ୯୦୯ ଜଣ ସୁସ୍ଥ ହୋଇଛନ୍ତି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।

ଗତକାଲି ଆସିଥିବା ଆକ୍ରାନ୍ତଙ୍କ ମଧ୍ୟରେ ତ୍ରିନାଥନଗର ବସ୍ତି ଲିଙ୍କ୍‌ରେ ୧୩ ଜଣ ପଜିଟିଭ୍‌ ବାହାରିଥିବା ବେଳେ ହାଇଟେକ୍‌ ମେଡିକାଲ ଲିଙ୍କରେ ୧୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୟୁନିଟ-୩ ଖାରବେଳ ନଗର ଲିଙ୍କରେ ୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୟୁନିଟ୍‌ ୪ ମାଛ ମାର୍କେଟ ଲିଙ୍କରୁ ୭ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.