Below header

କୋଭାକ୍ସିନ ଟିକାକୁ ନେଇ ଦ୍ୱନ୍ଦ୍ୱ : ପ୍ରସ୍ତୁତ ୮ କୋଟି ଟିକାରୁ ଦିଆଯାଇଛି ୨ କୋଟି, କୁଆଡେ ଗଲା ଅନ୍ୟ ୬ କୋଟି ଟିକା

ନୂଆଦିଲ୍ଲୀ : ଦେଶରେ ଏବେ ଟିକାର ଅଭାବ ପରିଲକ୍ଷିତ ହୋଇଛି । ଲୋକେ ଟିକା ନେବାକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ଟିକାର ଅଭାବ ଲୋକଙ୍କ ମନରେ କ୍ଷଭୋ ସୃଷ୍ଟି କରିଛି । ତେବେ କୋଭାକ୍ସିନ ଟିକା ନେଇ ଏବେ ସୃଷ୍ଟି ହୋଇଛି ଏକ ଦ୍ୱନ୍ଦ୍ୱ । କୋଭାକ୍ସିନ୍‌ ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ୍‌ ଜାନୁଆରୀ ୫ ତାରିଖ ଯାଏ ୭.୫ କୋଟି ଟିକା ପ୍ରସ୍ତୁତ କରିଥିବା ପ୍ରକାଶ କରିଛି । ଯଦି ଫେବ୍ରୁଆରୀ ମାସ ଯାଏ ଉତ୍ପାଦନକୁ ମିଶା ଯାଏ ତେବେ ଏହା ପ୍ରାୟ ୮ କୋଟି ଟିକା ହେବ ବୋଲି ଆକଳନ କରାଯାଉଛି ।

ସରକାରୀ ଡାଟା ଅନୁଯାୟୀ ଗତକାଲି ବା ଗୁରୁବାର ସକାଳ ସୁଦ୍ଧା ଭାରତରେ ୨.୧ କୋଟି ଲୋକଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି ।
କମ୍ପାନିର ଷ୍ଟେଟମେଣ୍ଟ ଅନୁଯାୟୀ ପ୍ରାୟ ୬ କୋଟି ଟିକା ଭାରତରେ ମହଜୁଦ ରହିବା କଥା । ତେବେ ଆଉ ୬ କୋଟି ଟିକା କୁଆଡେ ଗଲା ସେ ନେଇ କମ୍ପାନି କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନି ।

vaccine chart
photo credit: timesofindia.com

କମ୍ପାନିର ସିଏମ୍‌ଡି କ୍ରିଷ୍ଣା ଇଲା ଏ ସମ୍ପର୍କରେ କୌଣସି ମତ ଦେବାକୁ ମନା କରିଦେଇଛନ୍ତି । କେନ୍ଦ୍ର ସରକାର ଟିକା ସର୍ମ୍ପକରେ ସୁପ୍ରିମକୋର୍ଟ ଓ କେରଳ ହାଇକୋର୍ଟରେ ଦୁଇଟି ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ସରକାର ଦର୍ଶାଇଛନ୍ତି ଯେ ପ୍ରତି ମାସ କୋଭାକ୍ସିନ ଉତ୍ପାଦନ ୨ କୋଟି ହେଉଛ । ସେହି ଅନୁଯାୟୀ ପ୍ରାୟ ୫.୫ କୋଟି ଟିକା ମଇ ମାସ ସୁଦ୍ଧା ରହିବା କଥା ।

କମ୍ପାନି ଓ କେନ୍ଦ୍ର ସରକାରଙ୍କ ତଥ୍ୟର ତାଳାମେଳ ରହୁ ନଥିବା ବେଳେ ଭାରତରେ ମାତ୍ର ୨.୧ କୋଟି ଲୋକଙ୍କୁ ଟିକା ଦିଆଯାଇଛି ବୋଲି ରିପୋର୍ଟ କହୁଛି । ତେବେ ଅବଶିଷ୍ଟ ୬ କୋଟି ଟିକା କୁଆଡେ ଗଲା ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ବିଭିନ୍ନ ରାଜ୍ୟରେ ଟିକା ଅଭାବ ନେଇ ରାଜ୍ୟାମାନେ ଅଭିଯୋଗ କରିଛନ୍ତି । ପ୍ରଥମ ଡୋଜ ଟିକା ନେଇଥିବା ଲୋକେ ଦ୍ୱିତୀୟ ଡୋଜ ନେଇ ପାରିନାହାନ୍ତି । ଏହାଛଡ଼ା ୧୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଦୌ ଟିକା ନେଇ ନାହାଁନ୍ତି । ଏ ପରିପ୍ରେକ୍ଷୀରେ ଅନ୍ୟ ୬ କୋଟି ଟିକା କୁଆଡେ ଗଲା ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.