କରୋନାରୁ ଏବେ ଏବେ ହୋଇଛନ୍ତି କି ସୁସ୍ଥ, ତ ଏହି ୧୦ଟି କଥା ଉପରେ ନିଶ୍ଚୟ ରଖନ୍ତୁ ଧ୍ୟାନ

ଯେଉଁ ଲୋକ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ। କାହିଁକିନା, ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ। ଯେମିତିକି, କରୋନାରୁ ରିକଭର ହୋଇଥିବା ଲୋକଙ୍କୁ ଅଧିକ ମାତ୍ରାରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସର ଆବଶ୍ୟକ ରହିଛି। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ।

୧. କୋଭିଡରୁ ସୁସ୍ଥ ହେବା ପରେ ବି ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରନ୍ତୁ।

୨. ପର୍ଯ୍ୟାପ୍ତ ମାତ୍ରାରେ ସିଝା ପାଣି ପିଅନ୍ତୁ।

୩. ଡାକ୍ତରଙ୍କ ଦ୍ଵାରା କୁହାଯାଇଥିବା ଇମ୍ୟୁନିଟି ବୁଷ୍ଟର ନିଅନ୍ତୁ।

୪. ସନ୍ତୁଳିତ ଏବଂ ପୋଷଣଯୁକ୍ତ ଖାଦ୍ୟ ଖାଆନ୍ତୁ।

୫. ତାଜା ଏବଂ ଶୀଘ୍ର ହଜମ ହୋଇଯାଉଥିବା ଭୋଜନ କରନ୍ତୁ।

୬. ପର୍ଯ୍ୟାପ୍ତ ନିଦରେ ଶୁଅନ୍ତୁ ଏବଂ ଆରାମ କରନ୍ତୁ।

୭. ଧୂମ୍ରପାନ ଏବଂ ଆଲକହଲ ସେବନ କରନ୍ତୁ ନାହିଁ।

୮. ଡାକ୍ତରଙ୍କ ଦ୍ଵାରା ପରାମର୍ଶ କରାଯାଇଥିବା ଔଷଧ ନିୟମିତ ରୂପେ ସେବନ କରନ୍ତୁ। ଅନ୍ୟ ଯଦି କୌଣସି ରୋଗ ଅଛି, ତାହାର ଚିକିତ୍ସା କରାନ୍ତୁ।

୯. ଘରେ ନିଜ ସ୍ୱାସ୍ଥ୍ୟର ଯାଞ୍ଚ କରନ୍ତୁ। ଯେମିତି, ତାପମାତ୍ରା, ବ୍ଲଡପ୍ରେସର ଏବଂ ଡାଇବେଟିସ ମାପିବା ଇତ୍ୟାଦି। ସେହିପରି ଯଦି ଡାକ୍ତର ପରାମର୍ଶ ଦିଅନ୍ତି, ତେବେ ପଲସ ଅକ୍ସିମିଟରରେ ଅକ୍ସିଜେନ ଯାଞ୍ଚ କରି ପାରିବେ।

୧୦. ଯଦି ଶୁଖିଲା କାଶ, ଗଳା ଖରାପ ଲାଗେ, ତେବେ ଲୁଣ ପାଣିରେ କୁଳୁକୁଚା କରନ୍ତୁ ଏବଂ ଷ୍ଟିମ ନେଇ ଚାଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.