ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌

ବଲାଙ୍ଗିର : ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌ । ଏନେଇ ଆଜି ବଲାଙ୍ଗିର କିସ୍‌ କ୍ୟାମ୍ପସ୍‌ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଓଡ଼ିଶା ମାଇନିଂ କର୍ପୋରେସନ୍‌ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ । ଆଜି କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, କିମ୍ସର ସିଇଓ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ ।

BOLANGIR-2

ବଲାଙ୍ଗିର କୋଭିଡ୍‌ ହସ୍ପିଟାଲକୁ କିମ୍ସ ଭୁବନେଶ୍ୱର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରୁଥିବା ବେଳେ ଓଏମ୍‌ସି ଆର୍ଥିକ ଅନୁଦାନ ଯୋଗାଇ ଦେବେ । ବୁଝାମଣାପତ୍ର ସ୍ୱାକ୍ଷରିତ ସମୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ସିଡିଏମ୍‌ଓ ଡା. ନାରାୟଣ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.