Below header

ରାଜଧାନୀରେ ଲକଡାଉନ ପାଲଟିଛି ମଦ ବେପାରୀଙ୍କ ପାଇଁ ଉତ୍ତମ ସମୟ, ବେଫିକର ହୋଇ ଚଳାଇଛନ୍ତି କଳାକାରବାର

ଭୁବନେଶ୍ୱର(କେନ୍ୟୁଜ):ଲକଡାଉନର ସୁଯଗ ନେଇ ମାତିଛନ୍ତି ମଦ ବେପାରୀ। ଜନଶୂନ୍ୟ ରାଜଧାନୀର ରାଜରାସ୍ତାରେ ବେଫିକର ହୋଇ ଚଳାଉଛନ୍ତି ନିଜ କଳା ସାମ୍ରାଜ୍ୟ । ରାତି ହେଉ କି ପାହାନ୍ତିଆ, ମଦ ଗଞ୍ଜେଇ ଗାଡ଼ି ଫୁଲ୍ କରି ସପ୍ଲାଏ କରିବାକୁ ଭାରି ସହଜ ହେଉଛି ଏହି ଲକଡାଉନ୍ ସମୟ ।ଏଭଳି କିଛି ମଦ ମାଫିଆଙ୍କୁ ଧରିଛି ବାଲିଅନ୍ତା ପୋଲିସ। ଗତ କାଲି ରାତି ୩ ବେଳେ ଭିଙ୍ଗାରପୁର ନିକଟରେ ମଦ ବୋଝେଇ ଗୋଟିଏ ଅଟୋ ଯାଉଥିବାର ଖବର ପାଇଥିଲା ବାଲିଅନ୍ତା ପୋଲିସ।

baliant policeଏହି ସମୟରେ ବାଲିଅନ୍ତା ପୋଲିସର ଏକ ଟିମ୍ ଅଟୋକୁ ଭିଙ୍ଗାରପୁର ଅଞ୍ଚଳରୁ ଧରିଥିଲେ। ସେଥିରେ ଥିବା ତିନି ଜଣରୁ ୨ଜଣ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ବେଳେ କେବଳ ଅଟୋ ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି ବାଲିଅନ୍ତା ପୋଲିସ। ଅଟୋରୁ ୬ପେଟି ମଦକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କାରାଯାଇଛି। ଅଟୋ ଡ୍ରାଇଭରର ନାମ ସୁନୀଲ ପଣ୍ଡା ଓ ତା ଘର ବଡ଼ ଝରିଲୋ କଟକ ସଦର ବୋଲି ପୋଲିସ କହିଛି । ଏହି ଘଟଣାରେ ପୋଲିସ କେସ ନମ୍ବର ୭୭/୨୦ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.