Below header

ଯାଜପୁର: ଲକ ଡାଉନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ, କିଏ ଶୁଖିଲା ଖାଦ୍ୟ ବାଣ୍ଟୁଛି ତ କିଏ ଦେଉଛି ରନ୍ଧାଖାଦ୍ୟ

ଯାଜପୁର(କେନ୍ୟୁଜ): ଏବେ କରୋନା ସହ ସାରା ରାଜ୍ୟ ମୁକାବିଲା କରୁଛି । ଚାରିଆଡେ ଲକଡାଉନ ପରିସ୍ଥିତି । ଏଭଳି ସମୟରେ ଅସହାୟ ନିରାଶ୍ରୟ ଲୋକଙ୍କ ଦୁଃଖ ବୁଝିବା ସହ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ । କାରଣ ଏ ସମୟ ଭୋକ ସହ ନୁହେଁ ଭାଇରସ ସହ ଲଢେଇ କରିବାର ସମୟ । ଲକଡାଉନ ଜାରି ରହିଥିବା ବେଳେ ଗରିବ ଲୋକଙ୍କୁ କିଏ ରନ୍ଧା ଖାଦ୍ୟ ଦେଉଛି ତ ଆଉ କିଏ ଶୁଖିଲା ଖାଦ୍ୟ । ଲକଡାଉନ ବଳବତର ଥିବା ପର୍ଯ୍ୟନ୍ତ ଏମାନେ ଏହି ମହତ୍ କାର୍ଯ୍ୟ ଜାରି ରଖିବାକୁ ଯେଭଳି ପଣ କରିନେଇଛନ୍ତି ।

ଥାନା ଅଧିକାରୀଙ୍କ ମାନବିକତା

ଯାଜପୁର ଜିଲ୍ଲା ଅଳିଜଙ୍ଗା ଆଦିବାସୀ ବସ୍ତିରେ ଆଜି ପହଂଚିଥିଲେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ । ଏଭଳି ଘଡିସନ୍ଧି ମୁହୁର୍ତରେ ପୋଲିସ ଅଧିକାରୀ ହୋଇ କେବଳ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଇ ନାହାଁନ୍ତି ବରଂ ନିଜସ୍ୱ ଉଦ୍ୟମରେ ଭୋକିଲା ମୁହଁରେ ଆହାର ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି । ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇ ବସ୍ତିରେ ବସବାସ କରୁଥିବା
୨୫ରୁ ଅଧିକ ପରିବାରଙ୍କୁ ଚାଉଳ, ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ସାମଗ୍ରୀ ବଂଟନ କରିଥିଲେ ।

jajpur0ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ନେଇ ସଚେତନ କରାଇଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ କରୋନା ସହ ଲଢେଇ କରିବାକୁ ଲୋକମାନଙ୍କୁ ସଚେତନ କରାଇବା ସହ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା । ସେ ଆଜି ନିଜ ସହକର୍ମୀଙ୍କୁ ସାଥୀରେ ନେଇ ଚହଟା ପଂଚାୟତର ମୁସଲିମ ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଏଥିସହ ନିଜକୁ ସଫାସୁତରା ରଖିବା ସହ ଘରୁ ନବାହାରି ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ମଧ୍ୟ ଲୋକାମାନଙ୍କୁ ସଚେତନ କରାଇଛନ୍ତି ।

ଲକଡାଉନ ସମୟରେ ଅସହାୟମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି ସରୋଜିନୀ ସ୍ମୃତି ସଂସଦ

jajpur02

ଲକଡାଉନ ସମୟରେ ଅସହାୟମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି ସରୋଜିନୀ ସ୍ମୃତି ସଂସଦ । ସଂଗଠନର ସଂପାଦକ ଚିତ ରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ଚାଲିଛି ଶୁଖିଲା ଖାଦ୍ୟ ବଂଟନ ପକ୍ରୀୟା । ଆଜି ଧର୍ମଶାଳା ହାଟରେ ରହୁଥିବା ବଂଜାରା ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛି ସଂସଦ । ସେହିପରି ଚୋରମୁହାଁ କ୍ଲବ ଠାରେ ରହିଥିବା ଝାଡଖଣ୍ଡ ଅଂଚଳର ଶ୍ରମିକମାନଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖ ବୁଝିଛି । ଏହି କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ସ୍ୱୟଂଦୀପ୍ତ ମହାନ୍ତି, ପଂଚାୟତ ବିଜେଡି ସଭାପତି ମୁନା ଖାଁ, ଛାତ୍ରନେତା ଜଗଦାନନ୍ଦ ରାଉତ, ବଡବଜାର ବ୍ୟବସାୟୀ ସଂଘ ସଭାପତି ଅମରେନ୍ଦ୍ର ରାଉତ ଓ ପୀତବାସ ସାହୁ ସାମିଲ ହୋଇଥିଲେ ।

ଲକଡାଉନ ଆରମ୍ଭ ଦିନରୁ ଭୋକିଲା ପେଟକୁ ଦାନା ଯୋଗାଉଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

japur03

ଲକଡାଉନ ଆରମ୍ଭ ଦିନରୁ ହିଁ ଭୋକିଲା ମୁହଁରେ ଆହାର ଯୋଗାଇଆସୁଛି ସ୍ୱେଚ୍ଛାସେବୀ ସଂଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ । ବିଶେଷ କରି ଧର୍ମଶାଳା ଓ ରସୁଲପୁର ବ୍ଲକରେ ବସବାସ କରୁଥିବା ଗରିବ ଖଟିଖିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇଆସୁଛି । ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଟ୍ରଷ୍ଟର ବହୁ ସଦସ୍ୟ ସାମିଲ ହୋଇ ଏଭଳି ମହତ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଆଜି ଟ୍ରଷ୍ଟ ପକ୍ଷରୁ ଭବାନୀପୁର, ଉତରପ୍ରତାପ, ସଂପାରୁ ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ବଂଟନ କରିଛି ଏହି ଟ୍ରଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.