ଲକ୍‌ଡାଉନ୍‌ରେ ପ୍ରାଣୀ ସେବା, କେଉଁଠି ମଣିଷଙ୍କୁ ଆଉ କେଉଁଠି ପଶୁଙ୍କୁ ଦିଆଯାଉଛି ଖାଦ୍ୟ

ଢେଙ୍କାନଳ : ଢେଙ୍କାନାଳରେ ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଖାଁ ଖାଁ ରହିଚି। ମଠ ମନ୍ଦିର ବନ୍ଦ ଯୋଗୁଁ ବୁଲା ଗୋରୁଗାଈ, ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟର ଅଭାବକୁ ନଜରରେ ରଖି ବଜରଙ୍ଗ କ୍ଲବ ପକ୍ଷରୁ ପୌର ପରିଷଦ ସହାୟତାରେ ଆଖପାଖ ଅଞ୍ଚଳରେ ରହୁଥିବା ବୁଲା ଗାଈଗୋରୁ, ଷଣ୍ଢ, ବୁଲା କୁକୁର ଓ କପିଳାସ ଠାରେ ଥିବା ମାଙ୍କଡ଼ମାନଙ୍କୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏଭଳି ସମୟରେ ପଶୁ ପକ୍ଷୀମାନଙ୍କୁ କ୍ଲବ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି,

DHENKANAL-2

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନିଜାମପୁର ପଞ୍ଚାୟତରେ କରୋନା ପାଇଁ କଟକଣା ଜାରି କରାଯାଇଛି । କରୋନା ପାଇଁ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଶିଶୁମାନଙ୍କୁ ଏକାଠି ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ଶିଶୁମାନଙ୍କ ଘରେ ୨୫ ଦିନ ପାଇଁ ରାସନ ପହଞ୍ଚାଇବା ପାଇଁ ନିର୍ଦେଶ ଥିଲା । ସେଥିପାଇଁ ଆଜି ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଶିଶୁମାନଙ୍କ ଘର ବୁଲି ଚାଉଳ, ଡାଲି, ଅଣ୍ଡା,ଗୁଡ ଆଦି ଦିଆଯାଇଥିଲା ।

BLS ANGANWADI

ବାଲେଶ୍ୱରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଗାଁରେ ରହୁଥିବା ଅସହାୟ, ନିରୀହ ଲୋକଙ୍କୁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ସହର ଉପକଣ୍ଠ ନିଜାମପୁର ପଞ୍ଚାୟତର ଦୁମୁଦା ଗାଁରେ ମା ପୂର୍ଣ୍ଣମାଶି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗାଁର ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଗାଁରେ ସାଧାରଣତଃ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀର ଲୋକମାନେ ରହିଥିବାବେଳେ ଲକ୍‌ ଡାଉନ୍‌ ପରେ ଏବେ ସେମାନଙ୍କର ଚଳିବା କଷ୍ଟକର ହୋଇ ପଡ଼ିଛି। ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଲୋକଙ୍କୁ ଦିଓଳା ଖାଇବା ପାଇଁ ପ୍ରତିଦିନ ବ୍ୟବସ୍ଥା ଜାରି ରଖିଚନ୍ତି।

ବ୍ରହ୍ମଗିରି : ସମଗ୍ର ଦେଶରେ କରୋନା ମୁକାବିଲା ପାଇଁ ଚିନ୍ତା ଥିବାବେଳେ ଲକ୍‌ ଡାଉନ୍‌କୁ ନେଇ ଅସହାୟ ଲୋକ ତଥା ଜୀବଜନ୍ତୁ ମାନେ ବିଶେଷ ପ୍ରଭାବିତ ହୋଇଛନ୍ତି । ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ବ୍ରହ୍ମଗିରି ରୟାଲ ଷ୍ଟାକ୍‌ କ୍ଲବ ପକ୍ଷରୁ ଆଜିକୁ ୮ ଦିନ ଧରି ଅସହାୟ ଲୋକ, ମାନସିକ ବିକାରଗ୍ରସ୍ତ ଲୋକ ତଥା ଜୀବଜନ୍ତୁ ଆଦିଙ୍କୁ ଦିନକୁ ୩ ଥର ଖାଇବାକୁ ଦିଆଯାଉଛି। କ୍ଲବର ସଭ୍ୟମାନେ ମିଳିମିଶି ଟଙ୍କା ଆଦାୟକରି କ୍ଲବ ତରଫରୁ ଏହି କାମ ଜାରି ରଖିଛନ୍ତି । ଯିବା ଆସିବା ତଥା ଖାଦ୍ୟ ବଣ୍ଟନରେ ପ୍ରଶାସନ ସାହାଯ୍ୟ ସହଯୋଗ କରୁଛି।

BRAMHAGIRIସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଗରିବ ନିରାଶ୍ରୟ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଣ । ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପୁରା ଦେଶରେ ୨୧ ଦିନିଆ ଲକ୍‌ ଡାଉନ ଘୋଷଣା କରାଯାଇଛି । ଫଳରେ ଗାଁ ଗହଳିରେ ଥିବା ନିରାଶ୍ରୟ ଗରିବ ଲୋକ ଖାଇବାକୁ ପାଉ ନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ହିଲୁଙ୍ଗ ପଞ୍ଚାୟତ ତରଫରୁ ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।

SUBERNAPUR

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.