ଯେତେ ଚେତାଇଲେ ମଧ୍ୟ ଚେତା ପଶୁନି, ମିଥ୍ୟା ଗୁଜବ ସୃଷ୍ଟି କରି ବରୀ ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ

ଯାଜପୁର (କେନ୍ୟୁଜ) : କରୋନା ସମ୍ପର୍କରେ ମିଥ୍ୟା ଗୁଜବ ସୃଷ୍ଟି କରି ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ। ଗିରଫ ଯୁବକ ହେଲେ ବରୀ ଥାନା ସାହୁପଡା ଅଞ୍ଚଳର ନିହାର ରଂଜନ ନାୟକ। ନିହାର ଏକ ନିର୍ଦିଷ୍ଟ ଗଣମାଧ୍ୟମର ସ୍କ୍ରିନ ସଟ ବ୍ୟବହାର କରି କରୋନା ସମ୍ପର୍କିତ ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏନେଇ ବରୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ନିହାରକୁ ଆଜି ଗିରଫ କରିଛି। କରୋନା ସମ୍ପର୍କରେ କୌଣସି ଅପପ୍ରଚାର ନକରିବାକୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ସଚେତନ କରାଯାଉଥିବା ବେଳେ ଏଭଳି ମିଥ୍ୟା ପ୍ରଚାର ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସମ୍ପୃକ୍ତ ଯୁବକଙ୍କ ପାଇଁ ମହଙ୍ଗା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.