Below header

ଶବ ଯେଉଁଠି କରୋନା ରୋଗୀଙ୍କ ଚିକିତ୍ସା ସେଇଠି, ମୁମ୍ବାଇର ଏକ ହସପିଟାଲରୁ ଆସିଲା ଆଉ ଏକ ଭିଡିଓ

ମୁମ୍ବାଇର ଏକ ହସ୍ପିଟାଲର ଛାତି ଥରା ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟ କରାଉଥିବା ଏହି ଭିଡ଼ିଓରେ ଏକ ୱାର୍ଡ଼ରେ ଯେଉଁଠି ଏକାଧିକ ଶବ ରଖାଯାଇଛି ସେହିଠାରେ ହିଁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରାଯାଉଛି। କେବଳ ଏତିକି ନୁହେଁ ଭିଡ଼ିଓରେ ଦେଖାଯାଉଛି ଯେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ସେହି ଶବ ରହିଥିବା ବେଡ଼ ଉପରେ ବସିଛନ୍ତି।

ଏହି ଘଟଣା ହେଉଛି ମୁମ୍ବାଇର KEM ହସ୍ପିଟାଲର। ବିଜେପି ନେତା ନିଟେଶ ରାଣେ ଏହି ଭିଡ଼ିଓକୁ ଟ୍ୱିଟ କରିଛନ୍ତି। ସେ ଏହି ଭିଡ଼ିଓକୁ ସେୟାର କରି ଲେଖିଛନ୍ତି, ‘ଏହି ଭିଡ଼ିଓ ହେଉଛି ଆଜି ସକାଳ ୭ଟା ସମୟର। ଆପଣ ଏହି ଭିଡ଼ିଓ ଦେଖି ଜାଣିପାରୁଥିବେ କେଇଏମ ହସ୍ପିଟାଲରେ କେମିତି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି, ତାହାର ପ୍ରମାଣ ହେଉଛି ଏ ଭିଡ଼ିଓ। ସ୍ୱାସ୍ଥ୍ୟକର୍ମୀ କେମିତି ଏହିଭଳି ପରିସ୍ଥିତିରେ ଚିକିତ୍ସା କରୁଛନ୍ତି ସେଥିପ୍ରତି ମୁଁ ଚିନ୍ତିତ। କଣ ଏଠାରୁ କିଛି ଆଶା କରାଯାଇପାରେ?’


ସେହିପରି ଶିବସେନାର ଅନିଲ ଦେଶାଇ କହିଛନ୍ତି ଯଦି ଏଭଳି କୌଣସି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ତେବେ ଏହି ଘଟଣା ସେହି ସମୟରେ ହିଁ ହେଇଥାଇପାରେ ଯେଉଁ ସମୟରେ ମୃତଦେହକୁ ବାହାରକୁ ନେବା ପାଇଁ ରଖାଜିଥିବ। ସବୁ ଅଧିକାରୀମାନେ ନିଷ୍ଠାର ସହ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ମଧ୍ୟ ନିକଟରେ ଏପରି ଏକ ଭିଡ଼ିଓ ମୁମ୍ବାଇ ସିଓନ ହସ୍ପିଟାଲରୁ ଭାଇରଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.