କ’ଣ ଏହି UFO ର ରହସ୍ୟ, କାହିଁକି ବାରମ୍ବାର ଚୀନ ଆକାଶରେ ଦେଖିବାକୁ ମିଳୁଛି ଏହି ଅଜବ ଦୃଶ୍ୟ

ଆଜି ପର୍ଯ୍ୟନ୍ତ ଚୀନର ଅନେକ ପ୍ରାନ୍ତରେ UFO ଦେଖାଯାଇଥିବା ଦାବି କରାଯାଇଛି, କେବଳ ଦାବି ନୁହେଁ ବରଂ ସେଠାକାର ସୋସିଆଲ ମିଡିଆରେ ଅନେକ UFOର ଭିଡିଓ ବି ଭାଇରଲ ହୋଇଛି । ତେବେ ଆଜି ଆମେ ଆପଣଙ୍କୁ ଠିକ ଏହିପରି ଦୁଇଟି ଘଟଣା ବିଷୟରେ କହିବୁ , ଯାହା ଚୀନକୁ ସମ୍ପୂର୍ଣ୍ଣ ମାତ୍ରାରେ ଦୋହଲାଇ ଦେଇଥିଲା ।

uu

2015 ମସିହା ଅକ୍ଟୋବର ୭ ତାରିଖ ଚୀନର ଫୁସାନ ସହରର ଉପରେ ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡ଼ଭରା ମହାନଗରର ହଜାର ହଜାର ଲୋକ ବାଦଲ ଉପରେ ଏକ ସହରକୁ ଆକାଶରେ ଉଡୁଥିବାର ଦେଖିଥିଲେ। ଯିଏ ବି ଦେଖିଲେ ଏହା ଏକ ସହର ହିଁ ଥିଲା ଏବଂ ଏହି ସହର କିଛି ସମୟ ପର୍ଯ୍ୟନ୍ତ ଆକାଶରେ ରହିଥିଲା । ଅନେକ ଲୋକ ଏହି ଦୃଶ୍ୟର ଭିଡିଓ ବି ବନାଇଥିଲେ ଏବଂ ଦେଖୁ ଦେଖୁ ଏହି ଭିଡିଓ ସାରା ଦୁନିଆରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ufo 2

 

ସେହି ସହରର କିଛି ଲୋକ ଟିଭି ଏବଂ ଇଣ୍ଟରଭିୟୁରେ ଏହି ଘଟଣା ବର୍ଣ୍ଣନା ମଧ୍ୟ କରିଥିଲେ କିନ୍ତୁ ଥରେ ଚୀନି ସରକାର ଏହା ମଝିରେ ଆସିଗଲେ ଏବଂ ଏହି ଘଟଣାକୁ ଲୋକଙ୍କର ଭ୍ରମ ବୋଲି କହିଥିଲେ । ତେବେ ଏହା ମଧ୍ୟରେ ଚୀନର ସରକାର ପ୍ରମାଣ କରିପାରିଲେ ନାହିଁ ଯେ ହଜାର ହଜାର ଲୋକ ମୋବାଇଲରେ କଏଦ କରିଥିବା ଏହି ଦୃଶ୍ୟ ନକଲି ଥିଲା । ସାରା ଦୁନିଆ ଯେତେବଳେ ଚୀନ ସରକାର ଉପରେ ହସିବାକୁ ଲାଗିଲେ ସେତେବେଳେ ସରକାରଙ୍କର କିଛି ଅଧିକାରୀମାନେ କହିଥିଲେ ଯେ, ଏହା ଏକ ଅପ୍ଟିକାଲ ଇଲ୍ୟୁଜନ ଥିଲା । ଅପ୍ଟିକାଲ ଇଲ୍ୟୁଜନରେ ଜଣେ ବ୍ୟକ୍ତିକୁ ଭ୍ରମ ଦେଖାଯାଇଥାଏ । ଯାହା ତା ସାମ୍ନାରେ ନଥାଏ ତାକୁ ସେହି ଜିନିଷ ଦେଖାଯାଇଥାଏ କିନ୍ତୁ ସରକାରଙ୍କର ଏହି ଦାବି ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଥିଲା । କାରଣ ହଜାର ହଜାର ଲୋକ ଏକାସାଙ୍ଗରେ ଭ୍ରମରେ ପଡିବ ଏକଥା ଗ୍ରହଣୀୟ ନୁହେଁ ।

ଏପରି ହୋଇଥାଇପାରେ ଯେ ସେଦିନ ଆକାଶରେ କୌଣସି ଯାନ କିମ୍ବା UFO ଥାଇପାରେ ଏବଂ ସରକାର ସବୁଥର ପରି ଏହାକୁ ମଧ୍ୟ ଲୁଚାଇବାକୁ ଚେଷ୍ଟା କରିଥାଇପାରନ୍ତି । ତେବେ ଏହା ପ୍ରଥମଥର ନୁହେଁ କି ଚୀନର ଆକାଶରେ ଏଲିଅନ କିମ୍ବା UFO ଭଳି କୌଣସି ଜିନିଷ ଦେଖିବାକୁ ମିଳିଥିଲା ।

ufo

2010 ମସିହା ଜୁଲାଇ ୭ ତାରିଖ ଛାଇନର ସିସିଆଙ୍ଗ ପ୍ରୋଭିନ୍ସରେ ରାତି 8ଟା ବାଜି 40 ମିନିଟ ସମୟରେ ଅଚାନକ ସେଠାକାର ଇଣ୍ଟର ନ୍ୟାସନାଲ ଏୟାରପୋର୍ଟକୁ ଅଚାନକ ବନ୍ଦ କରିଦିଆଯାଇଥିଲା । ଏହି ଏୟାରପୋର୍ଟରୁ ପ୍ରତିଦିନ 70 ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି କିନ୍ତୁ ସେହି ରାତିରେ ବାହାରକୁ ଯିବାକୁ ଥିବା ବିମାନ ଗୁଡିକୁ ରୋକି ଦିଆଯାଇଥିଲା ଏବଂ ସେଠାରେ ଲ୍ୟାଣ୍ଡ କରିବାକୁ ଥିବା ବିମାନକୁ ଅନ୍ୟ ଏୟାରପୋର୍ଟକୁ ପଠାଇ ଦିଆଯାଇଥିଲା ।

oo

ତେବେ ସେହି ରାତିରେ ଉକ୍ତ ଏୟାରପୋର୍ଟକୁ ଅଚାନକ ବନ୍ଦ କରିବାର କାରଣ ହେଉଛି ସେହି ରାତିରେ ଚୀନର ଆକାଶରେ UFO ଦେଖିବାକୁ ମିଳିଥିଲା । ଏହି UFOକୁ ସେଦିନ ରାତିରେ ଅନେକ ଲୋକ ମଧ୍ୟ ଦେଖିଥିଲେ ଏବଂ ଏହାର ଫଟୋ ମଧ୍ୟ ନେଇଥିଲେ । ତେବେ ଏହି ଘଟଣା ଦେଖିବା ପରେ ଚୀନର ସରକାର ମଧ୍ୟ ଡରି ଯାଇଥିଲେ ସେ ତୁରନ୍ତ ସେନାକୁ ଫୋନ କରି ପଚାରିଥିଲେ ଯେ ସେ କୌଣସି ଟେଷ୍ଟ ଫ୍ଲାଏ ତ କରୁନାହାନ୍ତି କିନ୍ତୁ ଉତ୍ତରରେରେ ସେମାନେ ମନା କରିଦେଇଥିଲେ । ଏଥର ବି ଚୀନ ସରକାର ମାମଲାକୁ ସମ୍ପୂର୍ଣ୍ଣ ଦବାଇ ଦେବାକୁ ଚାଁହୁଥିଲେ ।

uuu

ଆଜି ପର୍ଯ୍ୟନ୍ତ ସମସ୍ତେ ଏହା ମାନନ୍ତି ଯେ ଆମେରିକାରେ ଅଧିକାଂଶ UFO ଦେଖିବାକୁ ମିଳିଥାଏ କିନ୍ତୁ ଏହି ଘଟଣା ପରେ ଚୀନର ଲୋକମାନେ ଜାଣିସାରିଥିଲେ ଯେ ଅନ୍ୟ ଗ୍ରହର ଲୋକେ ଚିନ ପ୍ରତି ମଧ୍ୟ ଟିକେ ଅଧିକ ଆକର୍ଷିତ ଅଛନ୍ତି । ଏହାସହିତ ଏକଥା ମଧ୍ୟ ଜଣାପଡିଥିଲା ଯେ ମଣିଷ ଠାରୁ ଆହୁରି ବୁଦ୍ଧିମାନ ସଭ୍ୟତା ଅନ୍ୟ ଗ୍ରହରେ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.