ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ପାଇଁ କାରରେ ନାଲିବତୀ ଲଗାଇଲା ଯୁବକ, ପୋଲିସ ଧରି ଦେଲା ପାନେ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଆଜିକାର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ନିକଟରେ ଗୁରୁଗାଓଁରେ ସେହିଭଳି ଏକ ମାମଲା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୭ ବର୍ଷୀୟ ଯୁବକ ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ଚକ୍କରରେ ଥାନାକୁ ଯାଇଛି।

Gurugram teen used Red beacon on his dad's car for tiktok videos ...

ରିପୋର୍ଟ ମୁତାବକ ଲକ୍‌ଡାଉନ୍‌ରେ ଗାଡ଼ି ଧରି ବାହାରେ ବୁଲିବା ମନା ଥିବା ବେଳେ ଶନିବାର ଦ୍ୱିପ୍ରହରରେ ଯୁବକ ଜଣକ ବୁଦ୍ଧି ଖର୍ଚ୍ଚ କରି ବାପାଙ୍କର ଧଳା ଭୋଲ୍କସ୍ୱାଗନ୍‌ରେ ନାଲିବତୀ ଲଗାଇ ବୁଲୁଥିଲେ। ସେ ଗାଡ଼ି ଧରି ଟିକ୍‌ଟକ୍‌ରେ ଏକ ହରିୟାଣୀ ଗୀତ ‘ଲାଲ ବତୀ ବାଲୀ ଗାଡ଼ି କେ ଥେ ସପନେ ମେରେ’ରେ ଅଭିନୟ କରୁଥିଲେ। ଭିଡିଓ କରିବା ଆରମ୍ଭ କରିବା ବେଳେ ପୋଷ୍ଟରେ ଥିବା ଟ୍ରାଫିକ ପୋଲିସଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଧଳା ଗାଡ଼ିରେ ନାଲିବତୀ ଦେଖି ପୋଲିସ କାର ଅଟକାଇଥିଲେ। ମାତ୍ର ଯୁବକ ଜୋରରେ ଗାଡ଼ି ନେଇ ପଳାଇଥିଲେ। ପୋଲିସ ପିଛା କରି ଯୁବକକୁ ଧରିବା ପରେ ସତ ସାମ୍ନାକୁ ଆସିଥିଲା। କମ୍‌ ବୟସରେ କାର ଡ୍ରାଇଭିଂ ପାଇଁ ଯୁବକଙ୍କୁ ୭୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି।

Coronavirus Tiktok Donates 100 Crore Medical Suits and Mask to ...

ସୂଚନାଯୋଗ୍ୟ ଯେ ଏବେ ଗାଡ଼ିରେ ନାଲିବତୀର ବ୍ୟବହାରକୁ ସୀମିତ କରିଦିଆଯାଇଛି। କେବଳ ଜରୁରୀକାଳୀନ ଗାଡ଼ି ଯଥା: ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ଗାଡ଼ିରେ ଏହାକୁ ବ୍ୟବହାର କରିବାକୁ ଅନୁମତି ରହିଛି।