Below header

ଆସନ୍ତାକାଲିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା

ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଛି କରୋନା କେସ୍ । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । କାଲିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀରେ ୨୯୦ କରୋନା ପଜିଟିଭ ବାହାରିଛି । ସେହିପରି ବଢୁଛି ଓମିକ୍ରନ୍ କେସ୍ ।

ଦିଲ୍ଲୀରୁ ଚିହ୍ନଟ ହେଲେଣି ୮୦ ଜଣ ନୂଆ ଭାରିଆଣ୍ଟ କେସ୍ । ସଂକ୍ରମଣ ବଢୁଥିବା ବେଳେ ଆଗକୁ ନୂଆବର୍ଷ ଥିବାରୁ ଦିଲ୍ଲୀରେ ଲାଗିଛି ନାଇଟ୍ କର୍ଫ୍ୟୁ । ସେହିପରି ଆଜିଠୁ ଆସାମରେ ନାଇଟ୍ କର୍ଫ୍ୟୁ ବି ଲାଗିଛି । ଦେଶରେ ୧୯ ରାଜ୍ୟରେ ମାଡିଲାଣି ଓମିକ୍ରନ୍ । ୪୨୨ ନୂଆ ଭାରିଆଣ୍ଟ କେସ୍ ବାହାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.