ଇଣ୍ଡିଆନ କ୍ରିକେଟରେ ଦୁଃଖଦ କଥା, ହରଭଜନଙ୍କ କହିଲେ ନିଜ ମନ କଥା

ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଥିଲା କିନ୍ତୁ କେହି ପଚାରିନଥିଲେ । ମୁଁ କାହିଁକି ବିଦାୟ ନେଲି । ହରଭଜନ ସିଂଙ୍କ ଶେଷ ଖେଳ ୨୦୧୬ରେ ଏକ T-20 ଥିଲା । କିନ୍ତୁ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ । ଗତ ଶୁକ୍ରବାର ହରଭଜନ ସିଂ ୭୧୧ ଆନ୍ତର୍ଜାତୀୟ ୱିକେଟ ନେବା ପରେ ନିଜ କ୍ୟାରିଅରରେ ପରଦା ଟାଣିଥିଲେ । ତାଙ୍କର ୨୩ବର୍ଷର କାର୍ଯ୍ୟକାଳ ଭିତରେ ଦୁଇଟି ବିଶ୍ୱକପ ଜିତିଥିଲେ । ୧୦୩ ଟେଷ୍ଟରେ ୪୧୭ ୱିକେଟ, ୨୩୬ଟି ଓଡିରେ ୨୬୯ ୱିକେଟ ଏବଂ ୨୫ଟି ସ୍କାଲପ୍ସରେ ଜିତିଥିଲେ ୨୮ ଟି T-20 ।

ଯେତେବେଳେ କେହି ୪୦୦ରୁ ଅଧିକ ୱିକେଟ ନେଇଥାଏ ଏବଂ ତାପରେ ସେ ସୁଯୋଗ ପାଇନଥାଏ, କିମ୍ବା ଡ୍ରପ ହେବାର କାରଣ କୁହାଯାଇନଥାଏ, ସେତେବେଳେ ଅନେକ ପ୍ରଶ୍ନ ମନରେ ଉଠିଥାଏ । ଦଳରୁ ମୋର ଡ୍ରପଆଉଟ ବିଷୟରେ ମୁଁ ଅନେକ ଲୋକଙ୍କୁ ପଚାରିଥିଲି । କିନ୍ତୁ ମୋର କୌଣସି ଉତ୍ତର ମିଳିନଥିଲା ବୋଲି ହରଭଜନ ଏକ ଇଣ୍ଚର ଭିୟୁରେ କହିଛନ୍ତି । ସମର୍ଥନ ପାଇବାକୁ ସବୁବେଳେ ଭଲଲାଗେ । ମୁଁ କହିବି ଯଦି ମୁଁ ଠିକ ସମୟରେ ସମର୍ଥନ ପାଇଥାନ୍ତି ତେବେ ନିଶ୍ଚୟ ୫୦୦ୱିକେଟ ପରେ ମୁଁ ଅବସର ନେଇଥାନ୍ତି । କାରଣ ଯେତେବେଳେ ମୁଁ ୪୦୦ ୱିକେଟ ମାର୍କରେ ପହଞ୍ଚିଥିଲି ସେତେବେଳେ ମୋର ବୟସ ୩୧ଥିଲା । ଯଦି ମୁଁ ୪ ବର୍ଷ ଅଧିକ ଖେଳିଥାନ୍ତି ତେବେ ମୁଁ ମୋ ଗୋଲରେ ପହଞ୍ଚି ପାରିଥାନ୍ତି, କିନ୍ତୁ ତାହା ହୋଇନଥିଲା ବୋଲି ସେ କହିଛନ୍ତି ।

ହରଭଜନ କହିଛନ୍ତି ଯେ ତାଙ୍କର ହଠାତ କ୍ୟାରିଅର ଶେଷ ହେବା ଭାରତୀୟ କ୍ରିକେଟର ଦୁଖଦ କାହାଣୀ ଅଟେ । ଏସବୁ ସତ୍ତ୍ୱେ ବିସିସିଆଇ ତାଙ୍କୁ ଏହି ପଦବୀରେ ପହଞ୍ଚାଇବାକୁ ସାହାଯ୍ୟ କରିଛି ବୋଲି କହିଛନ୍ତି ଭଜି । କାରଣ ସେ ବୋର୍ଡ ବିରୋଧରେ କୌଣସି କ୍ରୋଧ ରଖନ୍ତି ନାହିଁ । ମୁଁ ସେମାନଙ୍କୁ ପଚାରିଲି ହଠାତ ମୋର ଉପସ୍ଥିତି ହଜିଯାଇଛି କି । ମୋର ପ୍ରଦର୍ଶନ ଖରାପ ହୋଇଛି କି । ନା କଣ ଘଟିଛି ଯେଉଁଥିପାଇଁ ମୁଁ କାଉଣ୍ଟ ହେଉନାହିଁ । କିନ୍ତୁ ଏହାର କୌଣସି ଉତ୍ତର ନଥିଲା ।

ଯଦି ୪୦୦ ୱିକେଟ ନେଇଥିବା ବ୍ୟକ୍ତିଙ୍କ ସହ ଏହା ହୋଇପାରେ ତେବେ କେହି ନାହାନ୍ତି ୪୦ ୱିକେଟ ନେଇଥିବା ବ୍ୟକ୍ତିଙ୍କୁ ପଚାରିବାର । ଏମିତିକି ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଆବଶ୍ୟକ ନହେବା ପରେ ସଠିକ ଭାବରେ କଥାବର୍ତ୍ତା ମଧ୍ୟ କରାଯାଏ ନାହିଁ । ଶେଷରେ ହରଭଜନ, ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କରିଥିଲେ ଏବଂ ବିରାଟଙ୍କୁ ନେଇ ଯେଉଁ ବିବାଦ ରହିଛି ତାହା ସମାଧାନ ପାଇଁ ମଧ୍ୟ ସେ ବିସିସିଆଇ ଉପରେ ଭରଷା ରଖିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.